ବ୍ୟାସନଗର ପବ୍ଲିକ୍ ସ୍କୁଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ୟାସନଗର;୨୬/୦୧(ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ହାଉସିଂ ବୋର୍ଡସ୍ଥିତ ବ୍ୟାସନଗର ପବ୍ଲିକ୍ ସ୍କୁଲର ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ବିଦ୍ୟାଳୟର ସଭାପତି ଭାରତ ଭୂଷଣ ଦେଓ ଏବଂ ପରିଚାଳନା ନିର୍ଦ୍ଦେଶିକା ଓ ଅଧ୍ୟକ୍ଷା ଡ଼ ଦେବସ୍ମିତା ସାହୁ ଯୋଗଦେଇ ପ୍ରଥମେ ଶହୀଦ ମାନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଢଙ୍ଗରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଛାତ୍ରଛାତ୍ରୀ ମାନେ ଜାତୀୟ ପତାକାକୁ ଅଭିବାଦନ ଜଣାଇ ସମ୍ମାନ ଓ ଅଖଣ୍ଡତା ବଜାୟ ରଖିବାକୁ ପ୍ରତିଶ୍ରୁତି ଦେବା ସହ ଚିତ୍ତାକର୍ଷକ ପ୍ୟାରେଡ ପରିବେଷଣ କରିଥିଲେ। ଜୟକାର ଧ୍ବନିରେ କମ୍ପି ଉଠିଥିଲା ବିଦ୍ୟାଳୟ ପରିସର।ସଭାପତି ନିଜ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ମାତୃଭୂମି ପ୍ରତି ଉତ୍ସାହ ଏବଂ ପ୍ରେମ ଜାଗୃତ କରାଇଥିଲେ। ଅଧ୍ୟକ୍ଷା ଛାତ୍ର ଛାତ୍ରୀ ମାନଙ୍କୁ ଭାରତୀୟ ହେବାର ଗର୍ବ ଅନୁଭବ କରାଇଥିଲେ ଏବଂ ସମସ୍ତଙ୍କୁ ଦେଶ ପାଇଁ ଉତ୍ସର୍ଗୀକୃତ ହେବା ପାଇଁ ପ୍ରେରଣା ପ୍ରଦାନ ଦେଇଥିଲେ। କୁନି କୁନି ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ନୃତ୍ୟ ଗୀତର ତାଳେ ତାଳେ ମଜିଥିଲେ ଛାତ୍ର ଛାତ୍ରୀ ଓ ଆନନ୍ଦ ଉତ୍ସାହର ସହ ଉପଦ୍ଭୋଗ କରିଥିଲେ ଅଭିଭାବକଗଣ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଦ୍ୟାଳୟର ଅଧ୍ୟାପକ ରଘୁନାଥ ମିଶ୍ର,ମଦନ ମୋହନ ସାହୁ,ଶ୍ୟାମ ସୁନ୍ଦର ରାଉତ,ମୁକ୍ତିକାନ୍ତ ମୁଦୁଲି,ବିଚିତ୍ର ସାମଲ ତଥା ଅଧ୍ୟାପିକା ହରପ୍ରିୟା କର,ମାହେଶ୍ୱରୀ ବେହେରା,ବବିତା ଚ୍ଛାବ୍ରା,ସୁଲେହା ନୋସାଦ, ଲୋପାମୁଦ୍ରା ମଙ୍ଗରାଜ, ପ୍ରଜ୍ଞାପରମିତା ରାଉତ ଓ ସୁନିତା ଅଗ୍ରୱାଲ ପ୍ରମୁଖ। ଶେଷରେ ଉପାଧ୍ୟକ୍ଷ ଗଜେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close