ଜିଲ୍ଲାରେ ୨ ଗୋଟି ନିଯୁକ୍ତି ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର,୨୩ା୧୨: ଜିଲ୍ଳ୍‌ା ପରିଷଦ ମିନି କନପଂରେନ୍ସ ହଲଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳ୍‌ା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଳ୍‌ାରେ ୨ ଗୋଟି କ୍ଷୁଦ୍ର ନିଯୁକ୍ତି ମେଳା ଆୟୋଜନର ବିଭିନ୍ନ କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପ୍ରସ୍ତୁତି ବୈଠକରେ ଜିଲ୍ଳ୍‌ା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବସ୍ତି ଏବଂ ଜିଲ୍ଳ୍‌ା ଜନସ୍ୱାସ୍ଥ୍ୟ ଅଧିକାରୀ, ପରିବାର ମଙ୍ଗଳ ଡା. ସୁଧାଂଶୁ ଶେଖର ବଳ ମଂଚାସୀନ ଥିବାବେଳେ ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗଦାନ କରି ଆଲୋଚ୍ୟ ବିଷୟବସ୍ତୁ ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଜିଲ୍ଳ୍‌ାରେ ୨୦୨୪ ଜାନୁୟାରୀ ୩ ତାରିଖରେ ଏନ୍‌.ସି. କଲେଜ ପରିସରରେ ଏବଂ ଜାନୁୟାରୀ ୪ ତାରିଖରେ ଭି.ଏନ୍‌. କଲେଜ, ଯାଜପୁର ରୋଡ ଠାରେ ସକାଳ ୧୦ ଘଟିକା ଠାରୁ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ମେଳାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ପାଠ ପଢି ଚାକିରି କରି ନ ଥିବା ଯୁବକ ଯୁବତୀମାନେ ନିଜର ଯୋଗ୍ୟତା ଅନୁଯାୟୀ ବିଭିନ୍ନ ନିଯୁକ୍ତିଦାତା ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ତାଲିମ ନେବା ସହ ନିଯୁକ୍ତି ପାଇବାର ସୁଯୋଗ ପାଇପାରିବେ । ନିଯୁକ୍ତି ମେଳାରେ ପି.ଆଇ.ଏ. ଏଜେନ୍ସି ମାନଙ୍କ ମଧ୍ୟରେ ଗ୍ରାମ ତରଙ୍ଗ, ସିପେଟ୍‌, ସାହି ଏକ୍ସପର୍ଟ, ସି.ଟି.ଟି.ସି., ଅନୁଦିପ ପାଂଉଣ୍ଡେସନ, ଆଇଟିଆଇ ଏବଂ ପଲିଟେକ୍‌ନିକ୍ ଓ ନୂଆ ଓଡିଶା, ଟାଟା, ଜିନ୍ଦଲ, ଭିସା, ଡାଲମିଆ ଭାରତ ପାଂଉଣ୍ଡେସନ ଆଦି ଅନୁଷ୍ଠାନମାନେ ଯୋଗଦେବେ । ଜିଲ୍ଳ୍‌ାରେ ଯୁବକ ଯୁବତୀମାନେ ଯେଭଳି ବହୁଳ ଭାବରେ ଏହି ନିଯୁକ୍ତି ମେଳାର ସୁଯୋଗ ନେଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବୈଠକରେ ଅଧ୍ୟକ୍ଷ ଶ୍ରୀ ବେହୁରିଆ ଜିଲ୍ଳ୍‌ା ଦକ୍ଷତା ବିକାଶ ତଥା କର୍ମ ନିୟୋଜନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୩ ତାରିଖରେ ଯାଜପୁର ଠାରେ ଅନୁଷ୍ଠିତ ନୁଯୁକ୍ତି ମେଳାରେ ୪ ଗେ।।ଟି ବ୍ଳ୍‌କ ଯଥା- ଯାଜପୁର, ବିଂଝାରପୁର, ଦଶରଥପୁର, ବରୀ ଏବଂ ୪ ତାରିଖରେ ଯାଜପୁରରୋଡ ଠାରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ୬ ଗୋଟି ବ୍ଳକ ବଡଚଣା, ଧର୍ମଶାଳା, ରସୁଲପୁର, ଦାନଗଦୀ, ସୁକିନ୍ଦା ଏବଂ କୋରେଇ ବ୍ଳକର ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିବେ । ଗ୍ରାମାଂଚଳରେ ରହୁଥିବା ଯୁବକ ଯୁବତୀମାନେ ଯେଭଳି ବ୍ୟାପକ ଭାବେ ସଚେତନତ ହୋଇ ନିଯୁକ୍ତି ମେଳାର ସୁଯୋଗ ନେଇପାରିବେ ସେଥିପାଇଁ ମିଶନ ଶକ୍ତି ମାଆ ମାନଙ୍କ ଜରିଆରେ ବାର୍ତା ପ୍ରଦାନ ପାଇଁ ଅଧ୍ୟକ୍ଷ ବୈଠକରେ ଗୁରୁତ୍ୱାରୋପ କରିବା ସହ ଡିପିଏମ୍‌, ମିଶନ ଶକ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମେଳାରେ ମୋଟ ୩୦ ଗୋଟି ଷ୍ଟଲ ସହ ୩ ଗୋଟି କାଊଣ୍ଟର ଖୋଲାଯାଇ ପ୍ରାର୍ଥୀ ମାନଙ୍କ ପଂଜିକରଣ ଆଦି କାର୍ଯ୍ୟକ୍ରମ ସଂପାଦିତ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଅଛି । ସେହିପରି ଅଗ୍ନିବୀର ପଦବୀରେ ନିଯୁକ୍ତି ନିମନ୍ତେ ଇଚ୍ଛୁକ ଯୁବକ ଯୁବତୀ ମାନଙ୍କ ପାଇଁ ଆର୍ମି, ଏୟାରପୋଂର୍ସ, ନେଭି, କୋଷ୍ଟଗାର୍ଡ ଆଦି ପ୍ରତିରକ୍ଷା ବିଭାଗ ମାନଙ୍କୁ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତି ନିଆଯାଇଅଛି ।

ଏଥି ସହିତ ମେଳାରେ ଆଇନ ଶୃଙ୍ଖଳା ରକ୍ଷା କରିବା, ଆଶୁ ଚିକିତ୍ସା ବ୍ୟବସ୍ଥା କରିବା, ଭଲ୍ୟୁଂଟିୟର ମାନଙ୍କୁ ନିଯୁକ୍ତି କରିବା, ପିଇବା ପାଣିର ବ୍ୟବସ୍ଥା କରିବା, ଖାଦ୍ୟପେୟର ବ୍ୟବସ୍ଥା, ଅଗ୍ନିଶମ ସେବା ବ୍ୟବସ୍ଥା, ମେଳା ପୂର୍ବରୁ ଓ ପରେ ପଡିଆ ପରିଷ୍କାର ପରିଚ୍ଛନ୍ନ କରିବା ଇତ୍ୟାଦି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ ନିମନ୍ତେ ଅଧ୍ୟକ୍ଷ ଶ୍ରୀ ବେହୁରିଆ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ଇଂ. ଏ.କେ. ଖୁଂଟିଆ, ଏନ୍‌.ସି. କଲେଜ ଅଧ୍ୟକ୍ଷ ଡଃ ବିଷ୍ଣୁ ଚରଣ ଦାସ, ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ନିର୍ବାହୀ ଅଧିକାରୀ, ଯାଜପୁର ପୈାର ପରିଷଦ ଶ୍ରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଜିଲ୍ଳ୍‌ା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା, ଯାଜପୁର ରୋଡ ଅଗ୍ନିଶମ ସେବା ଅଧିକାରୀ ଶ୍ରୀ ତାପସ କୁମାର ମନ୍ତ୍ରୀ, ଡିପିଏମ୍‌, ମିଶନ ଶକ୍ତି ଶ୍ରୀ ସୀତାଂଶୁ ଶେଖର ସାହୁ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁଶ୍ରୀ ସ୍ୱର୍ଣ୍ଣଲତା ରାଊତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close