ଆମ ଓଡ଼ିଶା-ରାଜକୋଷ ଲୁଟ୍; ନବୀନ ଓଡିଶା-ତାମିଲ୍ ଓଡ଼ିଶା-ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

ଭୁବନେଶ୍ୱର, ୨-୧୦-୨୦୨୩: ବିଜୁଜନତା ଦଳର ” ଆମ ଓଡ଼ିଶା-ନବୀନ ଓଡିଶା” ନାଟକ ବାସ୍ତବରେ ଆମ ଓଡିଶା-ରାଜକୋଷ ଲୁଟ୍ ଓଡିଶା ଏବଂ ମରଣଯନ୍ତାର ଓଡିଶା ନବୀନ ଓଡିଶା-ତାମିଲ୍ ଓଡିଶା ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି । ନବୀନ ପଟ୍ଟନାୟକଙ୍କ ଯୋଗୁ ବିଭିନ୍ନ ଗୋଷ୍ଠୀ ସେମାନଙ୍କର ହକ୍ ଓ ଅଧିକାର ପାଇ ପାରୁନାହାଁନ୍ତି । ନବୀନ ପଟ୍ଟନାୟକ ଆଉ କିଛି ଦିନ ମୁଖ୍ୟମନ୍ତ୍ରୀ ରହିଲେ ଓଡିଶା ଜନଶୂନ୍ୟ, ଗାଇଗୋରୁ ଶୂନ୍ୟ ଏବଂ ପ୍ରାକୃତିକ ସମ୍ପଦ ଶୂନ୍ୟ ହୋଇଯିବ ବୋଲି ଶ୍ରୀ ରାଉତ ଓଡ଼ିଶାବାସୀଙ୍କୁ ସତର୍କ କରିଦେଇଛନ୍ତି । ନବୀନ ପଟ୍ଟନାୟକ ଓଡ଼ିଶାର କଳାପାହାଡ଼ ଭାବେ ଇତିହାସରେ ସ୍ଥାନ ପାଇବେ। ଶ୍ରୀ ଜଗନ୍ନାଥଙ୍କ ନୀତି ବିଭ୍ରାଟ, କାଳିଆ ସାଆନ୍ତଙ୍କୁ ଉପବାସ ରଖିବା ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁଙ୍କ ପ୍ରବେଶ, ଶ୍ରୀ ଜଗନ୍ନାଥ ଦର୍ଶନାର୍ଥୀମାନଙ୍କୁ ମାଡ଼ ମାରି ଲହୁ ଲୁହାଣ କରିବା ଏବଂ ଚାରିଦ୍ଵାର ନ ଖୋଲିବା, ଶ୍ରୀ ଜଗନ୍ନାଥ ଦର୍ଶନାର୍ଥୀଙ୍କୁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡାକରି ଯନ୍ତ୍ରଣା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ ଏବଂ ଓଡିଶାବାସୀ ଙ୍କୁ ଜବାବ୍ ଦେବାକୁ ପଡ଼ିବ ବୋଲି ଶ୍ରୀ ରାଉତ କହିଛନ୍ତି । ଏତତବ୍ୟତୀତ ଦୁର୍ଘଟଣା ମୃତ୍ୟୁ ନଦୀକୁ ଡେଇଁ ଆତ୍ମହତ୍ୟା ସମେତ୍ ବିଭିନ୍ନ ଉପାୟରେ ଆତ୍ମହତ୍ୟା, ପୁଲିସ୍ ହାଜତରେ ଗର୍ଭବତୀଙ୍କ ମୃତ୍ୟୁ ଜଘନ୍ୟ ହତ୍ୟାକାଣ୍ଡ ଯଥା-ଡବଲ ମର୍ଡର, ଟ୍ରିପଲ୍ ମର୍ଡର, ସରକାରୀ ମନ୍ତ୍ରୀ ଓ ଅଫିସରମାନଙ୍କୁ ହତ୍ୟା, ଖଣିଖାଦାନ, ପାହାଡ଼, ବାଲି, ଲୁଟ୍; ନବୀନ ପଟ୍ଟନାୟକଙ୍କ ଓଡିଶା ଶାସନର ଉଜ୍ଜ୍ୱଳ ଦୃଶ୍ୟପଟ୍ଟକୁ ଓଡିଶାବାସୀ ଜଳଜଳ ଦେଖୁଛନ୍ତି । ତେଣୁ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଆଉ ହାରକିନ୍ ନ ଦେଖେଇ ତୁରନ୍ତ ଇସ୍ତଫା ଦେଇ ସସମ୍ମାନେ ରାଜନୀତିରୁ ଅବସର ନିଅନ୍ତୁ ବୋଲି ଶ୍ରୀ ରାଉତ ଆହ୍ୱାନ ଦେଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close