ବ୍ୟାସନଗର ନାଗରିକ କମିଟି ପକ୍ଷରୁ ଏକ ସାଧାରଣ ସଭା

ବ୍ୟାସନଗର, ତା ୦୨.୧୦.୨୩: ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ଯାଳୟକୁ ନେଇ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଚି ହୋଇଛି ସେ ସଂପର୍କରେ ଆଲୋଚନା ପାଇଁ ବ୍ଯାସନଗର ନାଗରିକ କମିଟି ପକ୍ଷରୁ ଏକ ସାଧାରଣ ସଭା ଗତକାଲି ସଂଧ୍ଯାରେ ହୋଟେଲ ରୟାଲ କଳିଙ୍ଗଠାରେ ଅନୁଷ୍ଠିତ ହୋଇଯାଇଛି । ନାଗରିକ କମିଟିର ସଭାପତି ଡଃ ହେମନ୍ତ କିଶୋର ସାହୁଂକ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ଯାସନଗର ସହରାଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ନିମ୍ନୋକ୍ତ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା।
* ଗତ କେଇ ଦିନ ହେଲା ବ୍ଯାସନଗର ସ୍ବୟଂଶାସିତ ମହାବିଦ୍ଯାଳୟରେ ଯେଉଁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି ତାହା ମହାବିଦ୍ଯାଳୟର ଗୌରବ କ୍ଷୁର୍ଣ କରିବା ସହ ବ୍ଯାସନଗରର ସଚେତନ ନାଗରିକମାନଂକୁ ମାନସିକ ଆଘାତ ଦେଇଛି । ସରକାର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଏବଂ ସମସ୍ତେ ଏହାର ଫଳାଫଳକୁ ଅପେକ୍ଷା କରିବା ସହ ଆରୋପ ପ୍ରତ୍ଯାରୋପରୁ ବିରତ ରହିବା ଆବଶ୍ଯକ ।
* ବର୍ତମାନ ପରିପ୍ରେକ୍ଷୀରେ ଶିକ୍ଷାୟତନରେ ଶାନ୍ତି ଓ ଶୃଂଖଳା ବଜାୟ ରହିବା ସହ ଶିକ୍ଷାଦାନ ଅବ୍ଯାହତ ରହିବା ବାଂଛନୀୟ । ଏଥିପାଇଁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନ ପ୍ରତିନିଧି , ପରିଚାଳନା ପରିଷଦ ତଥା ଅଧ୍ଯକ୍ଷ ଏବଂ ଅଧ୍ଯାପକ ଅଧ୍ଯାପିକା ପ୍ରଚେଷ୍ଟା କରିବା ଆବଶ୍ଯକ । ଏହି ସମୟରେ କୌଣସି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଆଦୌ ସ୍ପୃହଣୀୟ ନୁହେଁ । କ୍ଯାଂପସରେ ବାହାର ଲୋକଂକ ପ୍ରବେଶ ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଟକଣା କରାଯିବା ଉଚିତ ହେବ ।
* ଘଟଣାର ଅନୁଧ୍ଯାନ କଲେ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ପରି ମନେ ହେଉଛି । ତେଣୁ ସରକାର ଏହାର ଏକ କ୍ରାଇମ ବ୍ରାଂଚ ତଦନ୍ତ କଲେ ପ୍ରକୃତ ସତ୍ଯାସତ୍ଯ ଜଣାପଡିବ ଏବଂ ଯଦି କେହି ଏପରି ଅପରାଧିକ କାର୍ଯ୍ଯରେ ସଂପୃକ୍ତ ତେବେ ସେ ଦଣ୍ଡିତ ହେବା ଉଚିତ ।
* ଏକ ବେନାମୀ ଦରଖାସ୍ତ ଉପରେ ରାଜ୍ୟ ଉଚ୍ଚ ଶିକ୍ଷା ସଚିବଙ୍କ ତଦନ୍ତ ନିର୍ଦ୍ଦେଶ ସାମନାକୁ ଆସିଲା ପରେ ବ୍ୟାସନଗର ମହାବିଦ୍ୟାଳୟ, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ପରିଚାଳନା ସମିତି ଓ ସଭାପତି ଆଦିଙ୍କର ସମ୍ମାନ କ୍ଷୁର୍ଣ୍ଣ ହୋଇ ଥିବାରୁ ନାଗରିକ କମିଟି ଉଦବେଗ ପ୍ରକାଶ କରିଛି ।
ଖୁବଶୀଘ୍ର ଏକ ପ୍ରତନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ସ୍ଥିର କରିଥିଲେ । ସର୍ବଶ୍ରୀ ହୃଦାନନ୍ଦ ସାମଲ, ଡଃ ଦୁଷ୍ମନ୍ତ କୁମାର ନାୟକ, ବିବେକାନନ୍ଦ ମହାନ୍ତି, ପ୍ରଫେସର ନିହାର ରଞ୍ଜନ ଜେନା, ପ୍ରଫୁଲ୍ଲ ନାୟକ, ଚନ୍ଦ୍ରଶେଖର ପଣ୍ଡା,ଶିବ ଚରଣ ମାଝୀ, ନିରଞ୍ଜନ ଘଡେ଼ଇ, ସନ୍ତୋଷ କୁମାର ମହାନ୍ତି, ଡଃ କୁଶଚନ୍ଦ୍ର ପ୍ରଧାନ, ମହେଶ ଦଳ, ଅମୂଲ୍ୟ କୁମାର ନାୟକ, ସୁଧାନିଧି ମହାପାତ୍ର, ଡଃ ଅକ୍ଷୟ କୁମାର ପଣ୍ଡା, ଆଲମୁନି ସମ୍ପାଦକ ନିତ୍ୟାନନ୍ଦ ମହାଳିକ, ହୃଷିକେଶ ସାହୁ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଶ୍ବଜିତ ମହାନ୍ତି, ପ୍ରଣବ ବିଶ୍ବାଳ, ପ୍ରଫୁଲ୍ଲ କୁମାର ନାୟକ, ମାଧବାନନ୍ଦ ବଳ, ଜ୍ଞାନରଞ୍ଜନ ରାଉତ, ଦାମୋଦର ପଣ୍ଡା ପ୍ରମୁଖ ନିଜ ନିଜ ମତ ରଖିଥିଲେ । ଶେଷରେ ବ୍ଯାସନଗର ସ୍ବୟଂଶାସିତ ମହାବିଦ୍ଯାଳୟ ଆଲମୁନି ସଭାପତି ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହିତ ବ୍ୟାସନଗର କଲେଜର ସ୍ବାଭିମାନ ଓ ସମ୍ମାନ ରକ୍ଷା କରିବା ପାଇଁ ନାଗରିକ କମିଟି ଗ୍ରହଣ କରିଥିବା ନିଷ୍ପତ୍ତିକୁ ସମସ୍ତେ ମାନିବା ପାଇଁ ଆହ୍ବାନ କରିଥିଲେ ।


Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close