ଯାଜପୁରର ଏନ.ସି କଲେଜରେ ଯୁବ ରେଡ଼କ୍ରସ କମିଟିର ସଭା ଅନୁଷ୍ଠିତ

ଯାଜପୁର, ୨୦/୧୦(ଉ. ନ୍ୟୁଜ୍ ବ୍ୟରୋ): ଆଜି ପୂର୍ବାହ୍ନରେ ସ୍ଥାନୀୟ ନରସିଂହ ଚୈାଧୂରୀ (ଏନ.ସି) ସ୍ୱୟଂଶାସିତ କଲେଜ ଅଡ଼ିଟୋରୀୟମରେ ଯୁବ ରେଡ଼କ୍ରସ ଜିଲ୍ଲାସ୍ତରୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ସଭା ଏନ.ସି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ପ୍ରଫେସର ଫକୀର ମୋହନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଡ଼କ୍ରସ ସଂସ୍ଥାର ସଂପାଦକ କୁଳମଣି ନାୟକ, ସମ୍ମାନିତ ଅତିଥି ଭାବେ ଏନ.ସି ସ୍ୱୟଂଶାସିତ କଲେଜର ପ୍ରାଣୀ ବିଜ୍ଞାନର ମୁଖ୍ୟ ମନୋଜ କୁମାର ମହାପାତ୍ର, ଜିଲ୍ଲା ରେଡ଼କ୍ରସର ଆବାହକ ପ୍ରଫେସର ବିଷ୍ଣୁଚରଣ ଦାସ, ସାଧୂଗୌଡ଼େଶ୍ୱର କଲେଜର ଜୀବ ବିଜ୍ଞାନର ମୁଖ୍ୟ ତଥା ଜିଲ୍ଲା ରେଡ଼କ୍ରସ ସଂସ୍ଥାର ସଂଯୋଜକ ପ୍ରାଧ୍ୟାପକ ଦେବୀପ୍ରସାଦ ସାହୁ, ଏନ.ସି ସ୍ୱୟଂଶାସିତ କଲେଜର ରେଡ଼କ୍ରସ କାଉନସେଲର ପ୍ରଫେସର ଦିବ୍ୟଲୋଚନ ସିଂହ, ଝାଡ଼େଶ୍ୱର ମହାବିଦ୍ୟାଳୟ, ଟୋଲକାନୀର ଯୁବ ରେଡ଼କ୍ରସ କାଉନସେଲର ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୩୦ଟି ପାଖାପାଖି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡ଼ିଗ୍ରୀ କଲେଜର ପ୍ରତିନିଧିମାନେ ଯୋଗ ଦେଇ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ । ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ବିଭିନ୍ନ ଯୋଜନା ଉପରେ ଏଠାରେ ଆଲୋଚନା କରାଯାଇଥିଲା । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close