କୋଦଣ୍ଡପୁରରେ ଧାନ ମଣ୍ଡିର ଶୁଭାରମ୍ଭ

ଯାଜପୁର ; ୦୧/୦୧ (ବ୍ୟୁରୋ) : ଯାଜପୁର ପୈାର ପାଳିକା ଅନ୍ତର୍ଗତ କୋଦଣ୍ଡପୁର ଠାରେ ବାବା ମାନେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର ବା ମଣ୍ଡିକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ ଉଦ୍‌ଘାଟନ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଶ୍ରୀ ମଲ୍ଲିକ ଏହି ମଣ୍ଡିକୁ ଉଦ୍‌ଘାଟନ କରି ମିଶନ ଶକ୍ତି ମାଧ୍ୟମରେ ମା’ ମାନଙ୍କର କାର୍ଯ୍ୟ ଦକ୍ଷତାକୁ ଅଧିକ ସକ୍ରିୟ କରାଯାଇ ପାରିଚ୍ଥି ବୋଲି କହିଥିଲେ । ଧାନ ସଂଗ୍ରହ କ୍ଷେତ୍ରରେ ଜିଲ୍ଲାରେ ଚଳିତ ବର୍ଷ ୩୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି । ଏହାକୁ ସୁଚାରୁ ରୂପେ ପରିଚାଳନା ପାଇଁ ସେ ପରାମର୍ଶ ଦେବା ସହ ସଠିକ ସମୟରେ ଧାନ ଉଠାଇବାର ବ୍ୟବସ୍ଥା କରିବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ସଲାବୁଦ୍ଦିନ ଖାଁ, ପୂର୍ବତନ ପୈାରପାଳ ଭବ ପ୍ରସାଦ ଦାସ, ପୈାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଳାଦ ସେଠୀ, ମିଶନ ଶକ୍ତିର ସଂଯୋଜିକା ସେପାଂଳୀ ସ୍ୱାଗତିକା, ବାବା ମାନେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସ୍ମରଣିକା ସାମଲ, ସଂପାଦିକା ସରୋଜିନୀ ନାୟକ, ସଦସ୍ୟା ପୁଷ୍ପଲତା ବାରିକ, କାଦମ୍ୱିନୀ ନାୟକ, ଶାନ୍ତିଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

 

Live Share Market
Mon, 2 Jun
+37°C
Tue, 3 Jun
+35°C
Wed, 4 Jun
+32°C
Thu, 5 Jun
+35°C
Fri, 6 Jun
+38°C
Sat, 7 Jun
+40°C
Sun, 8 Jun
+40°C
Mon, 2 Jun
+37°C
Tue, 3 Jun
+35°C
Wed, 4 Jun
+32°C
Thu, 5 Jun
+35°C
Fri, 6 Jun
+38°C
Sat, 7 Jun
+40°C
Sun, 8 Jun
+40°C

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close