ବିଜୁ ଆଦର୍ଶ ପାଇଁ ଦୁର୍ନିିତିଗ୍ରସ୍ତ ରାଜନେତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ହେଉ


ଯାଜପୁୂର;୦୫/୦୩ ( ନି ପ୍ର ): ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଦର୍ଶର ଭିତିଭୂମୀ ଉପରେ ବି.ଜେ.ଡି ଠିଆ ହୋଇଛି । ଓଡିଶା ଲୋକେ ବିଜୁବାବୁଙ୍କ ଭାବାବେଗରେ ବି.ଜେ.ଡି କୁ ସବୁଠାରୁ ଅଧିକ ଶକ୍ତିଶାଳୀ ଦଳରେ ପରିଣତ କରିଛନ୍ତି । ଏବେ ବିଜୁ ଆଦର୍ଶର ପାଇଁ ଦୁର୍ନିତିଗ୍ରସ୍ତ ରାଜନେତା ତଥା ଜନପ୍ରତିନିଧିଙ୍କ ବିରୋଧରେ ବି.ଜେ.ଡି ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜୁ ଜୟନ୍ତି ଅବସରରେ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ମତ ବିଭିନ୍ନ ମହଲରେ ଆଲୋଚ୍ୟର ବିଷୟ ହୋଇଛି । ସତୀଶ୍‌ଙ୍କ ଏଭଳି ମନ୍ତବ୍ୟ ଏବେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ମଧୁପୁରଗଡ ପଂଚାୟତ ଭୁବନପୁର ରାଧାକୃଷ୍ଣ ମନ୍ଦିର ପରିସରରେ ବିଜୁ ଜୟନ୍ତି ଅବସରରେ ଉଦବୋଦନ ଦେଇ କହିଛନ୍ତି ଯେ, ଦେଶର ଜନପ୍ରୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରଲୋକ ପରେ ଦେଶରେ କଂଗ୍ରେସ ସପକ୍ଷରେ ହାୱା ଥିବା ବେଳେ ବିଜୁବାବୁ ଓଡିଶାରେ ନିଜର ଦିଲ୍ଲୀ ଘରରୁ କିଛି ଅଂଶ ବିକ୍ରି କରି ସମଗ୍ର ରାଜ୍ୟରେ ନିର୍ବାଚନ ଲଢିଥିଲେ । ଜନପ୍ରତିନିଧିମାନେ ସମ୍ପତି ଲୋଭରୁ ମୁକ୍ତ ହୋଇ ଜନସେବା କରିବାକୁ ବିଜୁବାବୁ ବାରମ୍ବାର ଆହ୍ୱାନ ଦେଇଛନ୍ତି । ରାଜନୈତିକ ଜୀବନରେ ଓଡିଆ ଜାତିର ବିକାଶ ପାଇଁ ବିଜୁବାବୁ ନିଜର ସମ୍ପତି କେବଳ ହରାଇଛନ୍ତି । ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକ ରାଜନୀତିରେ ନିଷ୍ଠା ଓ ଆଦର୍ଶର ପ୍ରତୀକ ହୋଇଛନ୍ତି । ହେଲେ ବିଜୁବାବୁ ଏବଂ ନବୀନ ବାବୁଙ୍କ ଗ୍ରହଣୀୟତା ବଳରେ ନେତା ହୋଇଥିବା କେତେକ ଜନପ୍ରତିନିଧି ନିଜର କ୍ଷମତାର ଅପପ୍ରୟୋଗ କରି କୋଟିକୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତିି ଅର୍ଜନ କରିଛନ୍ତି । କେବଳ ସରକାରୀ ଅଧିକାରୀ ଏବଂ ଠିକାଦାରଙ୍କ କଳାଟଙ୍କା ନେଇ ଚଢାଉ ହେଉଥିବା ବେଳେ ଏଭଳି ଦୁର୍ନିତିଗ୍ରସ୍ତ ରାଜନେତାଙ୍କ ପ୍ରତି ବି.ଜେ.ଡି ସରକାର କଠୋର ହେଲେ ବି.ଜେ.ଡି ଓଡିଆ ଲୋକଙ୍କ ନିକଟରେ ଚିର ଅମର ହେବ । ନବୀନ ପଟ୍ଟନାୟକଙ୍କ ସରକାରକୁ ଏ ଦେଶର ଇତିହାସ ଚିରଦିନ ପାଇଁ ପ୍ରଶଂସା କରିବ । ଲୋକେ ଯେଭଳି ଭାବେ ବିଜୁବାବୁଙ୍କ ସୁପୁତ୍ର ନବୀନବାବୁଙ୍କୁ ସମର୍ଥନ ଦେଇଛନ୍ତି, ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ନବୀନବାବୁଙ୍କ ଏହି ପଦକ୍ଷେପ ସମଗ୍ର ଦେଶ ପାଇଁ ଏକ ଦୃଷ୍ଟାନ୍ତ ହେବ । ବିଜୁବାବୁ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ଦେଶ ପାଇଁ ଯୁଦ୍ଧ କ୍ଷେତ୍ରକୁ ଯାଉଥିବା ଜଣେ ମହାନ ରାଷ୍ଟ୍ର ନାୟକ ଥିଲେ । ତାଙ୍କର ପରଲୋକ ପରେ ତିନୋଟି ଦେଶର ଜାତୀୟ ପତାକା ତାଙ୍କର ସମ୍ମାନରେ ତାଙ୍କର ଶବାଧାରରେ ବ୍ୟବହାର ହୋଇଥିଲା । ଏହି ସୌଭାଗ୍ୟ ଅନ୍ୟ କାହାରି ଭାଗ୍ୟରେ ଜୁଟିନାହିଁ । ଦେଶର ମୁକ୍ତି ସଂଗ୍ରାମରେ ବିଜୁବାବୁ କାରବରଣ କଲାବେଳେ ତାଙ୍କର ପରିବାରର ଅବଦାଦ ଅତୁଳନୀୟ । ଅଶୋକ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାରେ ବହୁ ବିଜୁ ପ୍ରେମୀ ଯୋଗଦେଇ ନିଜର ମତ ପ୍ରକାଶ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close