ରାଜ୍ୟରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ କିନ୍ତୁ ସପ୍ତାହ ସାରା କେବଳ ଆକ୍ଟିଭିଟି- ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ଵର ; ୨୭/୦୨ ( ଜ୍ୟୋତିରଞ୍ଜନଙ୍କ ଠାରୁ):-ଦୀର୍ଘ ଦିନର ବ୍ୟବଧାନ ପରେ ସୋମବାର ୨୮ଫେବୃଆରୀ ଠାରୁ ରାଜ୍ୟରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ।ତେବେ ସପ୍ତାହ ସାରା କେବଳ ଆକ୍ଟିଭିଟି କରାଯିବ, ପାଠ ପଢ଼ାଯିବ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଜ୍ୟରେ ଖସିଛି କରୋନା ଗ୍ରାଫ୍। ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେଣୁ ରାଜ୍ୟରେ ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ସମୀକ୍ଷା ବୈଠକ ବସିଥିଲା। ଏହି ବୈଠକରେ ସ୍କୁଲ ଖୋଲିବା ଉପରେ ଆଲୋଚନା କରାଯାଇଥିଲା।। ଗଣଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ। ଯାହାଫଳରେ ପିଲାମାନେ ପଛେଇ ଯିବେ ନାହିଁ । ଦଶମ ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଷ୍ଟେଟ ହୋଲ୍‌ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଦୁଇ ବୋର୍ଡ଼ ରିପୋର୍ଟ ଆଧାରରେ ପରୀକ୍ଷା ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close