ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ

ଭୁବନେଶ୍ୱର,୨୫/୦୨(ନି ପ୍ର ): ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ପରଲୋକରେ । ପରଲୋକ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । କିଛିଦିନ ପୂର୍ବରୁ ହେମାନନ୍ଦ ତାଙ୍କର ନିଜ ଗାଁ ଝାରସୁଗୁଡ଼ା ଜିଲ୍ଲାର ଠାକୁରପଡ଼ାକୁ ଯାଇଥିଲେ । ସେଠାରେ ସେ ପ୍ରାତଃ ଭ୍ରମଣ କରୁଥିଲା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ହେଁ ତାଙ୍କୁ ଜ୍ୱର ହୋଇଥିଲା ଓ ସେ ଅତ୍ୟନ୍ତ ଦୁର୍ବଳ ଅନୁଭବ କରିଥିଲେ । ତେବେ ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।
     ସୂଚନାଯୋଗ୍ୟ ଯେ, ତାଙ୍କର ଜନ୍ମ ୧ ଡିସେମ୍ବର ୧୯୩୯ରେ ହୋଇଥିଲା। ଭାରତୀୟ ଜାତୀୟ କଂଗ୍ରେସର ଜଣେ ଟାଣୁଆ ନେତା, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର ଦାୟିତ୍ୱ ନିର୍ବାହ କରିଥିଲେ। ୨୦୦୯ ମସିହାରେ ସେ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଲୋକ ସଭାର ସଦସ୍ୟ ହୋଇଥିଲେ। ହେମାନନ୍ଦ ଓଡ଼ିଶାର ଦୁଇଥର ମୁଖ୍ୟମନ୍ତ୍ରୀ ଦ୍ୱାୟିତ୍ୱ ସମ୍ଭାଳିଥିଲେ । ୧୯୮୯ ମସିହା ଡିସେମ୍ବର ୭ରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଓ ୧୯୯୯ ମସିହା ଡିସେମ୍ବର ମାସ ୬ରୁ ୨୦୦୦ ମସିହା ମାର୍ଚ୍ଚ ମାସ ୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସୁନ୍ଦରଗଡ଼ ସାଂସଦ ରହିଥିଲେ । ସେ ହେଉଛନ୍ତି ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ । ଏହାପରେ ୧୯୭୪ରୁ ୧୯୭୭, ୧୯୮୦ରୁ ୧୯୮୫, ୧୯୮୫ରୁ ୧୯୯୦, ୧୯୯୦ରୁ ୧୯୯୫, ୧୯୯୫ରୁ ୨୦୦୦ ଓ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ ମାର୍ଚ୍ଚରୁ ୧୯୮୬ ଡିସେମ୍ବର ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ । ୧୯୯୮ ମେ ୬ତାରିଖରୁ ୧୯୯୯ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୯୫ ମାର୍ଚ୍ଚରୁ ୧୯୯୮ ମେ ପର୍ଯ୍ୟନ୍ତ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିଲେ । ହେମାନନ୍ଦଙ୍କ ବିୟୋଗରେ ରାଜନୈତିକ ମହଲରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କର ଦେହାନ୍ତରେ ରାଜ୍ୟରେ ଶୋକର ଲହରୀ ଖେଳିଯାଇଛି ।

        ତାଙ୍କ ବିୟୋଗରେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ବରିଷ୍ଠ ଶିକ୍ଷାବିତ୍ ତଥା ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ, କୋରେଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବ୍ରଜେଶ୍ୱରୀ ସିଂହ, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକରଞ୍ଜନ ପାଣିଗ୍ରାହୀ, ଶିକ୍ଷୟତ୍ରୀ ସରିତା ଗୁପ୍ତା, ନାରୀ ନେତ୍ରୀ ବିଦ୍ୟୁତ୍ ପ୍ରଭା ରାୟ, ସାମ୍ବାଦିକ ଜ୍ଞାନରଂଜନ ରାଉତ, ଗୈାରୀ ଶଙ୍କର ପତି, ଯୁବ ଇଞ୍ଜିନିୟର ପ୍ରମୋଦ କୁମାର ଜେନା, ଯୁବ ସାମ୍ବାଦିକ ବିଶ୍ୱଜିତ୍ ନାୟକ, ଭାରତ ଭୂଷଣ ରାଉତ, ଷ୍ଟାଫ୍ ନର୍ସ ଉର୍ମିଳା ନାୟକ, ହରଦୟାଲ ସିଂ, ଚକ୍ରଧର ମଲ୍ଲିକ, ସୁମନ୍ତ ରାଉତ, ପ୍ରଫୁଲ୍ଲ ବାରିକ, ସୁମନ ରାୟ, ପ୍ରଦୀପ ବାରିକ, ଶୁଭ ପ୍ରଭାତ, ଶିକ୍ଷକ ଅଭୟ କୁମାର ସ୍ୱାଇଁ, ବରିଷ୍ଠ ଶିକ୍ଷାବିତ୍ ଅକ୍ଷୟ କୁମାର ଦାଶ, ନଛିପୁରର ଯୁବ ସମାଜସେବୀ ସୈାମ୍ୟ ପ୍ରକାଶ ଦଳାଇ, ପ୍ରିୟାଶୁଂ ପଣ୍ଡା, ରାଖାଲ ଚନ୍ଦ୍ର ସାହୁ, ସତ୍ୟଜିତ୍ ଖଟୁଆ, ଅଶୋକ କୁମାର ସାମନ୍ତରାୟ ପ୍ରମୁଖ ଶୋକବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏଥି ସହ ତାଙ୍କ ଶୋକଶନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close