ଯାଜପୁର ଜିଲ୍ଲା ସ୍କୁଲରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ; ଛାତ୍ରଛାତ୍ରୀମାନେ ମାତୃଭାଷାର ସମ୍ମାନ ପାଇଁ କାର୍ଯ୍ୟ କରିବାକୁ ଡ଼ି.ଇ.ଓ ରଂଜନ ଗିରିଙ୍କ ପରାମର୍ଶ

ଯାଜପୁର, ୨୨ା୨: ଯାଜପୁର ଜିଲ୍ଳ୍‌ା ସ୍କୁଲ ଠାରେ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ଗତ କାଲି ପୂର୍ବାହ୍ନରେ ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଚ୍ଥି । ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡି.ଇ.ଓ) ରଂଜନ କୁମାର ଗିରି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦ୍‌ଘାଟନ କରି କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଆମର ଭବିଷ୍ୟତ । ସେମାନେ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ପ୍ରଚେଷ୍ଟା ଜାରୀ ରଖିବା ସହ ମାତୃଭାଷାର ଟେକ କରିବା ସହ ଏହାର ସମ୍ମାନ ରକ୍ଷା ପାଇଁ ସବୁବେଳେ କାର୍ଯ୍ୟ ଜାରୀ ରଖିବା ଉଚିତ୍ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ କ୍ଷୀରୋଦମୟୀ ପତି, ଜଇରୁଦ୍ଦିନ ଖାଁ, ମହେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇ ମାତୃଭାଷା ଦିବସର ତାତ୍ପର୍ଯ୍ୟତା ସଂପର୍କରେ ଆଲୋକପାତ କରିଥିଲେ । ପୂର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଓଡ଼ିଆ ଭାଷା, ଚିତ୍ରାଙ୍କନ, ସଂଗୀତ, ବକ୍ତୃତା, ସ୍ଲୋଗାନ ଆଦି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗିରି ପୁରସ୍କାର ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close