ବ୍ୟାସସରୋବର ସୁରକ୍ଷା ମଞ୍ଚ ତରଫରୁ ନିଜ ହକ ପାଇଁ ପ୍ରସ୍ତୁତି ବୈଠକ


ବ୍ୟାସନଗର;୨୫/୦୧ ( ବସନ୍ତ କୁମାର ପାତ୍ରଙ୍କ ଠାରୁ): ମଙ୍ଗଳବାର ସନ୍ଧ୍ୟା ୫ଘଟିକା ସମୟରେ ବ୍ୟାସସରୋବର ସୁରକ୍ଷା ମଞ୍ଚ ତରଫରୁ ଏକ ପ୍ରସ୍ତୁତୀ ବୈଠକ ବ୍ୟାସସରୋବର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଣ୍ଡମାଳର ପ୍ରତ୍ୟେକ ସାହିରୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବଗୋଷ୍ଟି ଉପସ୍ଥିତ ହୋଇ ବ୍ୟାସ ସରୋବରରେ ହେଉଥିବା ଉର୍ନତି ମୁଳକ କାର୍ଯ୍ୟ ନିୟମ ଅନୁସାରେ କରାଯାଉନଥିବା କଥା ଆଲୋଚନା କରିଥିଲେ। ଚାକିରୀ ଦେବା ନା ରେ ୪୦୦୦ ଚାନ୍ଦା ମଗାଯାଉଛି। କାମକରୁଥିବା ଲେବର ପଇସା ୪୦୦ ଜାଗାରେ ୩୫୦ ଦିଆଯାଉଛି। ସେଥିରେ ଥିବା ସିକ୍ୟୁରିଟିଙ୍କ କଥା ନ କହିବା ଭଲ। ବ୍ୟାସ ସରୋବର ଚାରି ପାଖରେ ଥିବା କୌଣସି ଲୋକ କାମ ପାଉନଥିବା ବେଳେ ବାହାର ଲୋକଙ୍କ ଦ୍ଵାରା କାମ କରାଯାଉଛି। ଯାହା ସ୍ଥାନୀୟ ବୁଦ୍ଧିଜୀବୀମାନେ ଘୋର ନିନ୍ଦା କରିଛନ୍ତି ଓ ବ୍ୟାସସରୋବର ସୁରକ୍ଷା ମଞ୍ଚ ଏହାକୁ ସମର୍ଥନ କରିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଦରକାର । ଏହି ବୈଠକରେ ଶଙ୍କର୍ଷଣ କର, ବିନୋଦ ବେହେରା, ବିଜୟ ମଳିକ, କଳ୍ପତରୁ ପାତ୍ର, ମାଧବ ମହାରଣା, ବୈଷ୍ଣବ ପାତ୍ର, ଅଭିନ ପାତ୍ର, ମାଣିକ ଗାଗରାଇ, ବାବୁ ଜେନା, ଶରତ ମଲିକ(ହାଉଳା), ସିଦ୍ଧାର୍ଥ ପ୍ରଧାନ, ପ୍ରକାଶ ରଞ୍ଜନ ରାଉତ, ମଙ୍ଗୁଳି ଦାସ, କୁମାର ପ୍ରିୟ ରଞ୍ଜନ ସମେତ ଷାଠିଏରୁ ଅଧିକ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close