Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ

ଭୁବନେଶ୍ୱର ; ୧୧/୦୧(ଜ୍ୟୋତିରଞ୍ଜନ ଙ୍କ ଠାରୁ ) : ଓଡ଼ିଆ ସିନେ ଜଗତର ଲୋକପ୍ରିୟ ବରିଷ୍ଠ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକରେ ସାରା ଓଡିଶାରେ ଶୋକର ଲହରୀ ଖେଳିଯାଇଛି। କିଛି ଦିନ ତଳେ ସେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଥିବା ସୂଚନା ମିଳିଛି। ଅନେକ ଲୋକପ୍ରିୟ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଆସୁଥିଲେ ମିହିର । ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୫୯ ମସିହା ଫେବ୍ରୁଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ଥିଲା ତାଙ୍କ ନିଶା ଓ ପେଶା । ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି ।ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିସାରିଛନ୍ତି ।ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା ‘ସ୍କୁଲ୍‌ ମାଷ୍ଟର’। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ୍, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ୍ ଅନ୍ୟତମ ।

ଚଳଚ୍ଚିତ ବ୍ୟତୀତ୍ ମିହିରଦାସ ଅନେକ ଟିଭି କାର୍ଯ୍ୟକ୍ରମରେ ନଜର ଆସିଛନ୍ତି । ୨୦୦୨ରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।ଏହା ବ୍ୟତୀତ ୧୯୯୯ରେ ବିଧାତା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ ୨୦୦୭ରେ ‘ମୁଁ ତତେ ଲଭ୍‌ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ସେ କେବଳ ଓଡ଼ିଆ ଫିଲ୍ମ କରିନାହାନ୍ତି ବରଂ ବଙ୍ଗଳା ଫିଲ୍ମରେ ମଧ୍ୟ କାମ କରିଛନ୍ତି। ୨୦୨୧ରେ ତରଙ୍ଗ ପକ୍ଷରୁ ତାଙ୍କୁ ‘ଲାଇଫ ଟାଇମ ଆଚିଭମେଣ୍ଟ’ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। କଣ୍ଠଶିଳ୍ପୀ ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ମିହିର ଦାସ । ୨୦୧୦ ମସିହାରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା । ତେବେ ଡାକ୍ତରଙ୍କ ଶତ ଚେଷ୍ଟା ପରେ ବି ଆଜି ମିହିର ଦାସଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ଅମ୍ଳାନ ଉପସ୍ଥିତ ଥିଲେ ବୋଲି ସୂଚନା ରହିଛି । ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close