‘ଉଦୟବଟ’ ତରଫରୁ ପୂର୍ବତନ ବିଧାୟକ ‘ଅଶୋକ ଦାସ ସ୍ମାରକୀ’ ସିନିୟର ବକ୍ତୃତା ପ୍ରତିଯୋଗିତା
ଯାଜପୁରରୋଡ,୨୫/୧୨: ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’ ତରଫରୁ କେରାଇର ପୂର୍ବତନ ବିଧାୟକ ତଥା ଯାଜପୁରର ଭୂମିପୂତ୍ର, ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ୰ ଅଶୋକ ଦାସ ସ୍ମାରକୀ ଅନ୍ଲାଇନ ସିନିୟର ବକ୍ତୃତା ପ୍ରତିଯୋଗିତା-୨୦୨୧ ଆଜି ଶନିବାର ସନ୍ଧ୍ୟାରେ ବାର୍ତା ସଂପାଦକ ଦୀପକ ରଂଜନ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ ଝୁମ୍ପୁରା, କେଉଁଝର ସ୍ଥିତ ‘କେରଳ ଇଙ୍ଗ୍ଲିଶ ମିଡିୟମ ସ୍କୁଲ’ର ଅଧ୍ୟକ୍ଷା ଶୁଭ୍ରା ମହାନ୍ତି, ଟୋଲକାନି, ଦାନଗଦି, ଯାଜପୁର ସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଓ ଯାଜପୁରରୋଡ ସ୍ଥିତ ମାଉଂଟ ଲିଟେରା ଜି ସ୍କୁଲର ଇଂରାଜୀ ବିଭାଗ ମୁଖ୍ୟ ସୋନିଆ ବେଦି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିବା ବେଳେ ବରିଷ୍ଠ ବିଜ୍ଞାନ ଶିକ୍ଷକ ସୈାଭାଗ୍ୟ ମୁଦୁଲି ଇଭେଂଟ ମୁଖ୍ୟ ଭାବରେ ସମସ୍ତ ବୈଷୟିକ ସହଯୋଗ କରିଥିଲେ । ୮ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ସିନିିୟର ବିଭାଗ ଅନ୍ଲାଇନ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିକାଶ ଗ୍ଲୋବାଲ ସ୍କୁଲ, ଭୁବନେଶ୍ୱର, ସେଂଟ ଜାଭିୟର୍ସ ସ୍କୁଲ, ଯାଜପୁରରୋଡ, ମାଉଂଟ ଲିଟରା ଜି ସ୍କୁଲ, କୁସୁନପୁର, ବ୍ୟାସନଗର ପବ୍ଲିକ ସ୍କୁଲ, ସେଂଟ ଜାଭିୟର୍ସ ସ୍କୁଲ, ନାଗପୁର, କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରଖ, କେରଳ ଇଙ୍ଗଲିଶ ମିଡିୟମ ସ୍କୁଲ, ଝୁମ୍ପୁରା, କେଉଁଝର ପ୍ରଭୃତି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।