ଜାତୀୟ ଦୁଃସାହସିକ କାର୍ଯ୍ୟକ୍ରମ ସ୍ଥରରେ ଓଡ଼ିଶାରୁ ଏକମାତ୍ର ମାଉଣ୍ଟ ଲିଟେରା ଜି ସ୍କୁଲ ଯାଜପୁରରୋଡ ସ୍କାଉଟ ଆଣ୍ଡ ଗାଇଡ଼ର ଛାତ୍ରଛାତ୍ରୀ ମନୋନୀତ

ଯାଜପୁର /ବ୍ୟାସନଗର ; ୧୩/୧୨ (ବ୍ୟୁରୋ) : ଯାଜପୁର ରୋଡ଼ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲର ସ୍କାଉଟ ଆଣ୍ଡ ଗାଇଡ଼ର ଛାତ୍ରଛାତ୍ରୀ ଜାତୀୟ ଦୁଃସାହସିକ କାର୍ଯ୍ୟକ୍ରମ ସ୍ଥରରେ ଓଡିଶାରୁ ମନୋନୀତ ହୋଇ ମଧ୍ୟପ୍ରଦେଶର ପଞ୍ଚମାରି ଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯିବା ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରୁ ପ୍ରଥମଥର ପାଇଁ ମାଉଣ୍ଟ ଲିଟେରା ଜି ସ୍କୁଲର ସ୍କାଉଟ ଆଣ୍ଡ ଗାଇଡ଼ର ଛାତ୍ରଛାତ୍ରୀ ଜାତୀୟ ଦୁଃସାହସିକ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିବାରୁ ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।
ମଧ୍ୟପ୍ରଦେଶର ପଞ୍ଚମାରି ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ୧୫ଜଣ ସ୍କାଉଟ ଓ ୫ ଜଣ ଗାଇଡ଼ ଛାତ୍ରଛାତ୍ରୀ ଙ୍କ ସହ ସ୍କାଉଟ ମାଷ୍ଟର ଶ୍ରୀମନ୍ତ କୁମାର ରାୟ ,ସହ ଶିକ୍ଷକ ସତ୍ୟ ନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯିବାକୁ ସ୍ଥିର ହୋଇଛି। ଏହି ପ୍ରସ୍ତୁତି ବୈଠକ ର ପ୍ରାରମ୍ଭରେ ଜିଲ୍ଲାର ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓ ସି ଡ଼ି ଏସ ବିପିନ ରାୱତ ଓ ମଧୁଲିକା ରାୱତ ତଥା ସହଯୋଗୀ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିଳିତ ନୀରବ ପ୍ରାର୍ଥନା କରାଯାଇଥିଲା। ବିଦ୍ୟାଳୟର ସ୍ୱଳ୍ପ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ପିଲାଙ୍କ ସଫଳ ଯାତ୍ରାର କାମନା କରିଥିଲେ। ଶେଷରେ ଦୀପକ ରଞ୍ଜନ ଧନ୍ୟବାଦ ଅର୍ପଣ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close