ଶଶୀଭୁଷଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କର ମିଳିତ ବୈଠକ
ବ୍ୟାସନଗର ; ୧୧/୧୨ (ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଶନିବାରଦିବା ୧୨:୩୦ମିନିଟ ସମୟରେ ଶଶୀଭୁଷଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକ ମାନଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ବେହେରା ସେଠାରେ ଉପସ୍ଥିତ ଥିବା ଅଭିଭାବକ ମାନଙ୍କୁ କହିଥିଲେ ବିଦ୍ୟାଳୟ ଖୋଲିବାପରେ ସରକାରଙ୍କର ନିୟମ ଅନୁସାରେ ସବୁ ପ୍ରକାର କାର୍ଯ୍ୟ ଠିକ ଭାବରେ ଚାଲିଅଛି। ଯାହା କୋଭିଡିର ସମସ୍ତ ନିୟମ ମାନି ପିଲାମାନେ ବିଦ୍ୟାଳୟ ଆସୁଛନ୍ତି ମୁହଁ ରେ ମାକ୍ସ, ସାନିଟାଈଜ ଓ ସାମାଜିକ ଦୂରତ୍ୱ ରଖି। ଏହା ବିମଧ୍ୟ କହୁଥିଲେ 5t ହେବାପରେ ପିଲାମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଆଗ୍ରହ ବଢ଼ିଯାଇଛି। ଆମେ ସମସ୍ତେ ବିଦ୍ୟାଳୟର ଯେକୌଣସି ସମସ୍ୟା ହେଉନା କାହିଁକି ମିଳିମିଶି ସମାଧାନ କରିବା ଉଚିତ। ସମସ୍ତ ଅଭିଭାବକ ମାନେ ସେକଥାରେ ସହମତି ଥିଲେ। ଏହି ବୈଠକରେ ବିଦ୍ୟାଳୟର ଶିକ୍ଷୟତ୍ରୀ ପୁର୍ଣିମା ଦାସ, ସୁଶ୍ରୀ ସଂଗୀତା ପଣ୍ଡା, ବୀଣାପାଣି ବେହେରା,ସଂଯୁକ୍ତା ବିହାରୀ, ଅଞ୍ଜଳି ମହାପାତ୍ର,ପ୍ରଫୁଲ ଚନ୍ଦ୍ର ବେହେରା, ସକୁନ୍ତଳା ଦାସ ଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟି ଓ ପିଲା ମାନଙ୍କ ଅଭିଭାବକ ମାନେ ଉପସ୍ଥିତଥିଲେ।