ପଟୁଣିଆର ବର୍ଷିୟାନ ଧାର୍ମିକ ବ୍ୟକ୍ତି ଭଗବାନ ରାଉତଙ୍କ ପରଲୋକ

ଧର୍ମଶାଳା, ୪ା୧୨: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତର ପଟୁଣିଆ ଗ୍ରାମର ବର୍ଷିୟାନ ଧାର୍ମିକ ବ୍ୟକ୍ତି ଭଗବାନ ରାଉତଙ୍କ ୯୮ବର୍ଷ ବୟସରେ ଆଜି ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ । ଆଜି ତାଙ୍କର ଶେଷକୃତ୍ୟ ଗ୍ରାମ ଶ୍ମଶାନରେ କରାଯାଇଛି । ତାଙ୍କର ବଡ ପୁଅ ନିରଞ୍ଜନ ରାଉତ (ଗୁନ) ପଟୁଣିଆ ବିଦ୍ୟାଳୟରେ ଶିକ୍ଷକ ଥିଲେ । ସାନ ପୁଅଙ୍କ ନାମ ଧନେଶ୍ୱର । ତାଙ୍କ ଭାଇ ବିଦ୍ୟାଧର ରାଉତ, ତାଙ୍କର ୪ ପୁଅ, ବଂନ୍ଧୁବାନ୍ଧବ, ଜ୍ଞାତି କୁଟୁମ୍ବ,ବନ୍ଧୁବାନ୍ଧବ, ବହୁ ଗ୍ରାମବାସୀ ଆଦି ତାଙ୍କ ଶବ ସତ୍କାର ସମୟରେ ଉପସ୍ଥିତ ଥିଲେ । ୰ ରାଉତଙ୍କ ବଡ ପରିବାର । ସେ ବହୁ ନାତି ନାତୁଣୀ, ଅଣନାତି, ଅଣନାତୁଣୀ ଆଦିଙ୍କ ସହ ସମୟ ବିତାଇଛନ୍ତି । ଏହି ବର୍ଷିୟାନ ବ୍ୟକ୍ତିଙ୍କ ବିୟୋଗରେ ଗ୍ରାମ ସମେତ ବିଭିନ୍ନ ପଡ଼ୋଶୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ତାଙ୍କର ନାତି ତାପସ କୁମାର ରାଉତ (ବାଦଲ), ଶରତ ରାଉତ, ହେମନ୍ତ ରାଉତ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close