ଦୂରନ୍ତ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଯାଜପୁର;୦୩/୧୨(ବ୍ୟୁରୋ): ହରିଦାସପୁର ଷ୍ଟେସନ୍ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି। ସମ୍ଭାବ୍ୟ ବାତ୍ୟା ନେଇ ବହୁ ଟ୍ରେନ ବାତିଲ କରାଯାଇଥିବାବେଳେ ଏହାରି ଭିତରେ ଏପରି ଏକ ବଡ଼ ଖବର ସାମ୍ନାକୁ ଆସିଛି । ଟ୍ରେନର ଜେନେରେଟର ବଗିଟି ଧାରଣାରୁ ବାହାରି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ମିଳିଛି ।
     ସୂଚନାନୁଯାୟୀ ଦୂରନ୍ତ ଏକ୍ସପ୍ରେସଟି ଯଶୋବନ୍ତପୁରରୁ ହାୱଡ଼ା ଅଭିମୁଖେ ଯାଉଥିଲା । ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ଯାଜପୁରର ହରିଦାସପୁର ଷ୍ଟେସନ୍ ନିକଟରେ ଟ୍ରେନଟି ଲାଇନ୍‌ଚ୍ୟୁତ ହୋଇଥିଲା। ଦୂରନ୍ତ ଏକ୍ସପ୍ରେସ୍ ଲାଇନଚ୍ୟୁତ ଯୋଗୁଁ ଅନ୍ୟ ଟ୍ରେନ୍‌ ଯିବା ଆସିବାରେ ଅସୁବିଧା ହୋଇଥିଲା। ଉକ୍ତ ଟ୍ରାକ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ ବିଭାଗର ଯନ୍ତ୍ରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆରପିଏଫ ଓ ଜିଆରପି ପୋଲିସ ପହଞ୍ଚି ସୁରକ୍ଷା ପ୍ରତି ଦୃଷ୍ଟି ଦେଉଛନ୍ତି । ଲାଇନ୍ କ୍ଲିୟର ପାଇଁ କ୍ରେନର ସହାୟତା ନିଆଯାଉଛି। ଏହି ସହିତ ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକାରୀମାନେ ଯାଞ୍ଚ କରୁଛନ୍ତି । ସ୍ଥିତି ଅନୁଧ୍ୟାନ କଲାପରେ ରେଳଚଳାଚଳ ସ୍ବାଭାବିକ ହେବବୋଲି ଖବର ମିଳିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close