ପତ୍ର ପତ୍ରିକା ପଞ୍ଜିକରଣ ତଥ୍ୟ ଆର୍‌.ଏନ୍‌.ଆଇକୁ ପ୍ରଦାନ ପାଇଁ ପରାମର୍ଶ

ଯାଜପୁର; ୦୧ା୧୨ (ବ୍ୟୁରୋ): ବିଭିନ୍ନ ଆନୁଷ୍ଠାନ ଓ ବ୍ୟକ୍ତିବିଶେଷ ଦୈନିକ, ସାପ୍ତାହିକ, ପାକ୍ଷିକ, ମାସିକ, ତ୍ରୈମାସିକ ଓ ବାର୍ଷିକ ଇତ୍ୟାଦି ଆକାରରେ ଖବର କାଗଜ ଓ ପତ୍ରିକା ପ୍ରକାଶନ କରିଥାନ୍ତି । ଏହି ଖବର କାଗଜ ଓ ପତ୍ରିକା ପ୍ରକାଶନ ପାଇଁ ସେମାନେ ଭାରତର ଖବର କାଗଜ ପ୍ରକାଶନ ରେଜିଷ୍ଟ୍ରାର ବା ରେଜିଷ୍ଟାର ଅଫ ନିଉଜପେପର ପର ଇଣ୍ଡିଆ, ନିଉ ଦିଲ୍ଲୀଙ୍କୁ ଆବେଦନ କରିଥାନ୍ତି । ଏହି ଆର୍‌.ଏନ୍‌.ଆଇ. ନମ୍ୱର ପାଇବା ପରେ ସଂପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ସମ୍ୱାଦପତ୍ର ବା ପତ୍ରିକା ପ୍ରକାଶନ କରିଥାନ୍ତି । ତେବେ ନିୟମ ଅନୁସାରେ ସେହି ପ୍ରକାଶନ ସଂପର୍କିତ ବାର୍ଷିକ ତଥ୍ୟ ବା ଆନୁଆଲ ଷ୍ଟେଟ୍‌ମେଣ୍ଟ ରେଜିଷ୍ଟାର ଙ୍କୁ ପ୍ରତିବର୍ଷ ପ୍ରଦାନ କରିବା ବିଧେୟ । ଏହା ନିୟମିତ ଭାବେ ପ୍ରଦାନ କରାଯାଇ ନ ଥିଲେ ଆର୍‌.ଏନ୍‌.ଆଇ. ସେମାନଙ୍କର ପଞ୍ଜିକରଣକୁ ରଦ୍ଦ କରିପାରନ୍ତି । ଯାଜପୁର ଜିଲ୍ଲାରୁ ପ୍ରକାଶିତ ଏହିଭଳି ୩୭ ଗୋଟି ପଞ୍ଜିକୃତ ପତ୍ର ପତ୍ରିକା ସେମାନଙ୍କର ତଥ୍ୟ ଆର୍‌.ଏନ୍‌.ଆଇକୁ ବିଗତ ୫ ବର୍ଷ ଧରି ପ୍ରଦାନ କରି ନାହାନ୍ତି ବୋଲି ଆର୍‌.ଏନ୍‌.ଆଇ. ର ଆଡିସିନାଲ ପ୍ରେସ୍ ରେଜିଷ୍ଟ୍ରାର ଅବଗତ କରାଇଚ୍ଥନ୍ତି । ସେମାନଙ୍କୁ ଆଉ ଏକ ସୁଯୋଗ ଦେଇ ତଥ୍ୟ ପ୍ରଦାନ ପାଇଁ ଆର୍‌.ଏନ୍‌.ଆଇ. ବ୍ୟବସ୍ଥା କରିଚ୍ଥନ୍ତି । ତଥ୍ୟ ପ୍ରଦାନ କରି ନ ଥିବା ଏହି ପଞ୍ଜିକୃତ ପତ୍ର ପତ୍ରିକା ଗୁଡିକ ହେଲା ଯାଜପୁର ଟାଇମସ୍‌, ଶ୍ରୀମଦ ଗୀତା ସନ୍ଦେଶ, ଟୀକା ପ୍ରୋସପେକ୍ଟ ଆଣ୍ଡ୍ ରିଟ୍ରୋସ୍‌, କୃଷକ ଅଧିକାର, କାରୀଗର, ଅଗ୍ରଦୂତ, ନୀଳୋତ୍ପଳା, ଚ୍ଥାରପୋକ, ଆର୍ଯ୍ୟବାଣୀ, ଅଧିତି, ବରଦା, ପୁରୁଷୋତ୍ତମପୁର ହାଇସ୍କୁଲ, ଆରକ୍ତ, ସାହିତ୍ୟ ଓ ସମାଲୋଚନା, ତାଜପୁର ଏକ୍ସପ୍ରେସ୍‌, ଉନମନା, ଦି ଝଡ, ବିରଜା ହାଇସ୍କୁଲ ମାଗାଜିନ, ଉଦୟର୍କ, ଦି ରାମବାଗ ହାଇସ୍କୁଲ ମାଗାଜିନ, ବିରଜା ପ୍ରଦୀପ, ଅହିୟାସ ହାଇସ୍କୁଲ ମାଗାଜିନ, ଏନ୍‌.ସି. କଲେଜ ମାଗାଜିନ, କିଶୋର କଳିକା, ଦି ଯଯାତି, ବ୍ରଜ ବଲ୍ଲରୀ, ମହତାବ ହାଇସ୍କୁଲ ମାଗାଜିନ, ସବୁଜ ସ୍ୱପ୍ନ, ଦି ପଲ୍ଲୀ ଧ୍ୱନି, ଶୁଭଭାରତ ଟାଇମ୍‌ସ୍‌, ରାଷ୍ଟ୍ର ଶକ୍ତି, ସତ୍ୟ ସମ୍ୱାଦ, ଭାର୍ଗବ, ଓଡିଶା ଭୂଇଁ, ଦିଗଶ୍ରୀ, ସ୍ମୃତିଲିପି ଓ ସାରସ୍ୱତ ସାରଣୀର ଶାଶ୍ୱତ ସଂକେତ ବର୍ତ୍ତିକା ପରିଷଦ । ତେଣୁ ଏହି ପତ୍ର ପତ୍ରିକା ଗୁଡିକର ମାଲିକ ଓ ପ୍ରକାଶକ ସେମାନଙ୍କର ବାର୍ଷିକ ତଥ୍ୟ ଯଥାଶିଘ୍ର ଆର୍‌.ଏନ୍‌.ଆଇକୁ ପ୍ରଦାନ କରିବାକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅନୁରୋଧ କରିଚ୍ଥନ୍ତି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close