ଶିକ୍ଷାବିତ ରାମଚନ୍ଦ୍ର ସାହୁଙ୍କ ଜନ୍ମଶତବାର୍ଷିକୀ ପାଳନ କମିଟି ଗଠିତ
ପାଣିକୋଇଲି, ୨/୧୧(ରାମଚନ୍ଦ୍ର ବାରିକଙ୍କ ଠାରୁ): ପାଣିକୋଇଲି ମାଟିର ଦୁରଦ୍ରଷ୍ଟା ବରପୁତ୍ର ପାଣିକୋଇଲି ହାଇସ୍କୁଲର ପ୍ରତିଷ୍ଠାତା ତଥା ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ରାମଚନ୍ଦ୍ର ସାହୁଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ପାଳନ କରାଯିବ । ସ୍ମୃତିରକ୍ଷା ଉଦ୍ଧେଶ୍ୟରେ ଏକ କମିଟି ଗଠନ କରାଯାଇଛି । ଏଥିପାଇଁ ବରିଷ୍ଠ ଶିକ୍ଷାବିତ ନୃସିଂହ ଚରଣ ଦଳାଇଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବହୁ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇ ସ୍ୱର୍ଗତ ଶିକ୍ଷକ ରାମଚନ୍ଦ୍ରଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ସଂପର୍କରେ ଏକ ସ୍ମରଣିକା ପ୍ରକାଶିତ କରିବାକୁ ନିଷ୍ପତି ହୋଇଥିଲା । ଏହି ଅବସରରେ ଶତବାର୍ଷିକୀ ପାଳନ କମିଟିର ସଭାପତି ଭାବେ ନୃସିଂହଚରଣ ଦଳାଇ, ଉପସଭାପତି ଭାବେ ପୁରୁଷୋତମ ବାରିକ, ରଘୁନାଥ ମାଝି ଓ ଉମାକାନ୍ତ ଖଣ୍ଡାଇ, ସାଧାରଣ ସଂପାଦକ ଭାବେ ସୁରେନ୍ଦ୍ର କୁମାର ରାୟ, ଯୁଗ୍ମସଂପାଦକ ଭାବେ ମଦନ ମୋହନ ବେହେରା, କୋଷାଧ୍ୟକ୍ଷ ଭାବେ ଚନ୍ଦ୍ରମଣୀ ସ୍ୱାଇଁ, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ରାମଚନ୍ଦ୍ର ବେହେରା, ଡଃ ନିର୍ମଳ ରଥ, ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକ୍ରମ ସୁପରିଚାଳନା ନିମନ୍ତେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଦୀପ ଦଣ୍ଡସେନା, ସମାଜସେବୀ ଅଦ୍ୱୈତ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ପ୍ରଶାସକ ମୁରଲୀଧର ସ୍ୱାଇଁ ଓ ଅତିରିକ୍ତ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଡଃ ପ୍ରିତି ପ୍ରତିଭା ଭୋଳଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା । ଏହି ବୈଠକରେ ଆସନ୍ତା ଏପ୍ରିଲ ମାସରେ ଏକ ବୈଠକ କରାଯିବ ବୋଲି ନିଷ୍ପତି ହୋଇଥିଲା । ଏହି ଅବସରରେ ପ୍ରକାଶିତ ହେବାକୁ ଥିବା ସ୍ମରଣିକା ପାଇଁ ପୁରାତନ ଛାତ୍ର ଛାତ୍ରୀ ଏବଂ ଶୁଭେଚ୍ଛୁମାନେ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ନିଜର ଲେଖା ସହିତ ଗୋଟିଏ ଲେଖାଏଁ ପାସପୋର୍ଟ ପଂଟୋ ସଭାପତି କିମ୍ବା ସାଧାରଣ ସଂପାଦକଙ୍କୁ ଦେବା ପାଇଁ ଅନୁରୋଧ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ଦାସ, ନାରାୟଣ ଦଳାଇ, ଘନଶ୍ୟାମ ମହାପାତ୍ର, ନିରାକାର ସାମଲ, ପଦ୍ମନାଭ ପଣ୍ଡା, ଅର୍ଜୁନ ଦଳାଇ, ସୁରେନ୍ଦ୍ର ବେହେରା, ସଦାନନ୍ଦ ଦାସ, ଶତୃଘ୍ନ ନାୟକ, ପଂକିର ମୋହନ ମହାପାତ୍ର, ତ୍ରୈଲୋକ୍ୟ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ମନ୍ମଥ ଗିରି, ଦାମୋଦର ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର, ବ୍ରଜ କିଶୋର ମହାପାତ୍ର, ପଦ୍ମନାଭ ଭୂୟାଁ, ଗଶେଶ୍ୱର ମଲ୍ଲିକ, ରାମଚନ୍ଦ୍ର ସାହୁ, କିର୍ତନ ଖଣ୍ଡାଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ରବିନ୍ଦ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।