ଜଳେଶ୍ବର ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ତରଫରୁ ଆନ୍ଦୋଳନ ଚେତାବନୀ
ଜଳେଶ୍ବର;୧୧/୧୦ (ବ୍ରଜ ଗୋପାଳଙ୍କ ଠାରୁ): ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ଜଳେଶ୍ବର ତରଫରୁ ଆଜି ଜଳେଶ୍ବର ରେଳ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ମଣ୍ଡଳଙ୍କୁ ଭେଟି ୬ ଦଫା ସମ୍ବଳିତ ଦାବି ପତ୍ର ପୁନର୍ବାର ପ୍ରଦାନ କରାଯାଇଛି। ଏଥିରେ ଗତ ତା୦୩/୦୯ରିଖ ଦିନ ପ୍ରଦାନ କରାଯାଇ ଥିବା ଦାବି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଆଜି ଠାରୁ ଏକ ମାସ ମଧ୍ୟରେ ଉକ୍ତ ଦାବି ସମ୍ପୂହ ପୂରଣ ନ ହେଲେ ବାଧ୍ୟ ହୋଇ ମଞ୍ଚ ତରଫରୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଦୃଢ ଚେତାବନୀ ଦିଆଯାଇଛି। ଦାବି ସମ୍ପୂହ – ୧) ପୂର୍ବବତ ଜଳେଶ୍ବର ରେଳ ଷ୍ଟେସନ ଦେଇ ଯାତ୍ରା କରୁଥିବା ସମସ୍ତ ଲୋକାଲ ଯାତ୍ରୀବାହୀ ଟ୍ରେନ ଚାଲୁ କରିବା,୨) ସ୍ପେଶାଲ ଟ୍ରେନ ନାମରେ ଅଧିକ ରେଳ ଭଡ଼ା ଆଦାୟ ବନ୍ଦ କରିବା,୩) ବରିଷ୍ଠ ନାଗରିକ ତଥା ମହିଳା ଯାତ୍ରୀଙ୍କ ପାଇଁ ପୂର୍ବପରି ରେଳ ଭଡ଼ାରେ ବିଶେଷ ରିହାତି ଲାଗୁ କରିବା,୪) ପୂର୍ବପରି ଡ଼ାଉନ୍ କଳିଙ୍ଗ ଉତ୍କଳ ଏକ୍ସପ୍ରେସର ଜଳେଶ୍ବର ଷ୍ଟେସନରେ ରହିବା,୫) ବରିଷ୍ଠ ନାଗରିକ ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଖୋଲିବା ,୬) ପୂର୍ବପରି ସିଜିନ ଟିକେଟ ବିକ୍ରି କରିବା ଇତ୍ୟାଦି। ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ସୀତାଂଶୁ ସେନାପତି, ଦିଲ୍ଲୀପ କୁମାର ଗିରି, ଡ.ଲଳିତ ରଞ୍ଜନ ସେନାପତି, ଭାସ୍କର ମିଶ୍ର, ଜ୍ୟୋତିଷ ଚନ୍ଦ୍ର କର,ଶ୍ରୀମନ୍ତ କୁମାର ଘୋଷ, ଅପର୍ଣ୍ଣା ଚୌଧୁରୀ,ସୁନୀଲ ଗିରି, ଲକ୍ଷ୍ମୀକାନ୍ତ ବେହେରା,ବଙ୍କିମ ଚନ୍ଦ୍ର ପାଲ୍, ନୀଳମଣି ପ୍ରଧାନ ଓ ହରେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରାଯାଇଛି ।