ବ୍ୟାସନଗରର କ୍ରୋମନଗର ବିଦ୍ୟାପୀଠରେ ଗୋପବନ୍ଧୁଙ୍କ ୧୪୫ତମ ଜୟନ୍ତୀ ପାଳିତ
ବ୍ୟାସନଗର, ୦୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କାରଖାନା ନିକଟସ୍ଥ ‘କ୍ରୋମନଗର ବିଦ୍ୟାପୀଠ’ ଠାରେ ଉତ୍କଳମଣି ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ସଂଜୟ କୁମାର ଦାସ, ଅନ୍ୟାନ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଗୋପବଂନ୍ଧୁଙ୍କ ସେବାମୂଳକ କାର୍ଯ୍ୟ, ତାଙ୍କର ଜୀବନାଦର୍ଶ ପ୍ରତି ଆକର୍ଷିତ ହୋଇ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ ହୋଇଥିଲେ ।
Live Share Market