ମୃତ ଅବସ୍ଥାରେ ସମଲ ବ୍ୟାରେଜ୍ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର
ଅନୁଗୋଳ ; ୦୬/୧୦ (ବ୍ୟୁରୋ) : ଅନୁଗୋଳ ଜିଲ୍ଲା ସମଲ ଥାନା ଅର୍ନ୍ତଗତ ସମଲ ବ୍ୟାରେଜ୍ ର ଓପିସିଏଲ ଗେଷ୍ଟ୍ ହାଉସ ରୁ ଜଣେ କର୍ମଚାରୀ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାଲେଶ୍ଵର ଜିଲ୍ଲା ଅବଝୁନା ଗ୍ରାମର ସୁଶାନ୍ତ କୁମାର ବଳ।ସୂଚନା ଅନୁସାରେ ସୁଶାନ୍ତ ଜଣେ ରୋଷେଇଆ ଭାବରେ ସମଲ ଜଳ ପ୍ରକଳ୍ପରେ କର୍ମଚାରୀ ଥିଲେ।ତେବେ ଆଜି ଶୁଶାନ୍ତ ଙ୍କ ମୃତ ଦେହ କୁ ଓପିସିଏଲ କ୍ୱାଟର ରୁ କଣିହାଁ ଆଡିସିନାଲ ତହସିଲଦାର , ସମଲ ଥାନା ଆଇ ଆଇ ସି ଏବଂ ସମଲ ଜଳ ପ୍ରକଳ୍ପ କର୍ତ୍ତୃପକ୍ଷ ଉପସ୍ଥିତିରେ ଉଦ୍ଧାର କରା ଯାଇଛି। ମୃତ ଙ୍କ ପରିବାର ପକ୍ଷରୁ ଅଭିଯୋଗ ଆସୁଚି ଯେ ତାଙ୍କ ସ୍ବାମୀ ଙ୍କ ଦେହ ଖରାପ୍ ଥିବା ବେଳେ କୌଣସି କର୍ମଚାରୀ ତାଙ୍କୁ ମେଡିକାଲ କୁ ନେଇ ନଥିଲେ ତେଣୁ ଗତ ତା୦୪/୧୦ରିଖରୁ ତାଙ୍କ ମୃତ୍ୟୁ ହୋଇ ଥାଇପାରେ ବୋଲି ସନ୍ଦେହ କରା ଯାଉଛି।ତେବେ ମୃତ ସୁଶାନ୍ତ ବଳ ଙ୍କ ଧର୍ମପତ୍ନୀ ସୁକାନ୍ତି ବଳ ଓ ୩ ଜଣ ଅବିବାହିତ ଝିଅ ଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ୫୦ ଲକ୍ଷ ଟଙ୍କା ଏବଂ ପରିବାର ରୁ ଜଣଙ୍କୁ ନିଯୁକ୍ତି ଦାବି କରା ଯାଇଚି। ସମଲ ବ୍ୟାରେଜ ଓପିସିଏଲ୍ କର୍ତ୍ତୃପକ୍ଷ , ଥାନା ଅଧିକାରୀ ଲବ ବଡା ଏବଂ କଣିହାଁ ଆଡିସିନାଲ ତହସିଲଦାର ରବିନ୍ଦ୍ର ସାମଲ ଘଟଣା ସ୍ଥଳରେ ରହି ଅଧିକ ତଦନ୍ତ ଜାରି ରଖିଛନ୍ତି ଏବଂ ପାଲଲହଡ଼ା ବିଧାୟକଙ୍କ ପ୍ରତିନିଧି କୈଳାସ ଚନ୍ଦ୍ର ସାହୁ, ସୁବାଷ ଚନ୍ଦ୍ର ମହାନ୍ତି, ବିଷ୍ଣୁସେନ ସାହୁ, ପ୍ରଦୀପ ସାମଲ, ସ୍ଥାନୀୟ ବିଜେଡି କର୍ମୀ ଓ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ବିଜେପିର ସ୍ଥାନୀୟ ବିଜେପି କର୍ମୀ ଉପସ୍ଥିତରହି ମୃତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।