ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରପିଂରେ ପ୍ରଥମ କୋରାଇ ବ୍ଳ୍କ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର, ୨୯ା୯: ଯାଜପୁର ଜିଲ୍ଲା ସ୍ତରୀୟ ଲୋକକଳା ଟ୍ରପିଂ ପ୍ରତିଯୋଗିତାରେ କୋରାଇ ବ୍ଳ୍କର ଲୋକକଳା ଦଳ ପ୍ରଥମ ସ୍ଥାନ ଅଧିକାର କରିଚ୍ଥନ୍ତି । ଗତକାଲି ମଙ୍ଗଳବାର ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ବ୍ଳ୍କ ଓ ପୈାରାଂଚଳରୁ ଆସିଥିବା ଲୋକକଳା ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୋରାଇ ବ୍ଳ୍କର ଅଜୟ କୁମାର ଦାଶଙ୍କ ପାଲା ଦଳ ପ୍ରଥମ ହୋଇଥିବା ବେଳେ ଦାନଗଦୀ ବ୍ଳ୍କର ଲୋକକଳା ଦଳ ପାଲା ଗାୟକ ଭାଗିରଥୀ ବାରିକଙ୍କ ନେତୃତ୍ୱରେ ଦ୍ୱିତୀୟ ହୋଇଥିଲେ । ସେହିପରି ବ୍ୟାସନଗରର ସମ୍ୱଲପୁରୀ ଲୋକକଳା ନୃତ୍ୟ ଯିଏ କି, ବିଶ୍ୱଜିତ୍ ସାହୁଙ୍କ ତତ୍ୱାବଧାନରେ କଳା ପରିବେଷଣ କରିଥିଲେ । ସେମାନେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଜ୍ଜାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ କୃତିତ୍ୱ ହାସଲ କରିଥିବା ଓ ଅଂଶ ଗ୍ରହଣକାରୀ ଲୋକକଳା ଦଳମାନଙ୍କୁ ଟ୍ରପିଂ ଓ ମାନପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପ୍ରପେଂସର ରାଧାରମଣ ଦାସ, ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁବାସ ମଲ୍ଲିକ, ଲୋକକଳା ଗବେଷକ ସତ୍ୟବ୍ରତ ଭାରତୀ ପ୍ରମୁଖ ଏଥିରେ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଦାନଗଦୀ ବ୍ଳ୍କ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଟାଇପଜନିତ ତୃଟି ଯୋଗୁ ଦାନଗଦୀ ପରିବର୍ତେ ରସୁଲପୁର ବୋଲି ସୂଚନା ବିଭାଗ ପକ୍ଷରୁ ଉଲ୍ଲେଖ ହୋଇଥିଲା । ଯାହାକି କେତେକ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏହି ଅନିଚ୍ଚ୍ଥାକୃତ ତୃଟି ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଚ୍ଥି ।