ପ୍ରଖ୍ୟାତ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଶୋକ
ବ୍ୟାସନଗର, ୧୯/୯(ଉ.ନ୍ୟୁଜ୍ ବ୍ୟୁରୋ): ବିଶିଷ୍ଟ ସାହିତ୍ୟିକା, ସମାଜସେବିକା, ଅଧ୍ୟାପିକା ତଥା ବହୁଳ ପ୍ରସାରିତ ଓଡ଼ିଆ ଦୈନିକ ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ଡ଼ଃ. ମନୋରମା ମହାପାତ୍ରଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଏହାର କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନରେ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ୰ ଡ଼ଃ. ମହାପାତ୍ରଙ୍କ ବିୟୋଗରେ ‘ଉଦୟବଟ’ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବିରଜା ଡିଗ୍ରୀ ମହିଳା ମହାବିଦ୍ୟାଳୟ, ଯାଜପୁରର ଅଧ୍ୟକ୍ଷା ସୁକାନ୍ତିଲତା ସାହୁ, ଲାଇବ୍ରେରିଆନ ତ୍ରିଲୋଚନ ପଣ୍ଡା, ସାଧୂ ଗୈାଡ଼େଶ୍ୱର କଲେଜ, କନିକାପଡ଼ାର ଜୀବ ବିଜ୍ଞାନ ବିଭାଗର ପ୍ରଧ୍ୟାପକ ଦେବୀପ୍ରସାଦ ସାହୁ, କୋରେଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ନାରୀନେତ୍ରୀ ବିଦ୍ୟୁତ୍ପ୍ରଭା ରାୟ, ଅଭିଷେକ ମଲ୍ଲ, ଗୈାରୀଶଙ୍କର ପତି, ପ୍ରଫୁଲ୍ଲ ବାରିକ, ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ଖପୁରିଆପଦା ପଂଚାୟତର ବିଜେଡି ନେତା ପ୍ରଦୀପ କୁମାର ସାମଲ, ହରଦୟାଲ ସିଂହ, ରାଜେଶ ଖୁଟିଂଆ, ପ୍ରୀତିପାଲ ସିଂହ, ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, କବୟତ୍ରୀ ବ୍ରଜେଶ୍ୱରୀ ସିଂହ, ମାନବିକ ଅଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ, ବସନ୍ତ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ୰ ଡ଼ଃ. ମହାପାତ୍ରଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରିଥିଲେ । ସମସ୍ତେ ଏଥିପାଇଁ ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।