ଧର୍ମଶାଳାରେ ତେଜିଲା ଦପାନାଳ ଆନ୍ଦୋଳନ: ଗଢା ହେଲା ପୂର୍ଣ୍ଣାଙ୍ଗ ମଞ୍ଚ

ଧର୍ମଶାଳା,୦୯/୦୯(ସୁମନ କୁମାର ରାୟଙ୍କ ଠାରୁ): ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା କ୍ଷେତ୍ର ରସୁଲପୁର ବ୍ଲକ ଅନ୍ତର୍ଗତ ଦପାନାଳ ପ୍ରାୟ ଶତାଧିକ ଗ୍ରାମର ଜୀବନରେଖା ଭାବେ ପରିଚିତ । ଏହି ନାଳ ପୋତି ହେବା ଯୋଗୁ ଲୋକଙ୍କ ଜୀବନ ଓ ଜୀବିକା ଦୁର୍ବିସହ ହୋଇପଡିଛି । ବର୍ଷକ ପୂର୍ବରୁ ଏଥିନେଇ ଆନ୍ଦୋଳନର ବିଗୁଲ ବଜାଇଥିବା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ପୁଣି ବଡ ଧରଣର ଆନ୍ଦୋଳନ ପାଇଁ ଲୋକେ ମେଳି ହୋଇଛନ୍ତି । ଏଥିପାଇଁ ଦପାନାଳ ସୁରକ୍ଷା ମଂଚର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି ।
      ଏହି ଅବସରରେ ଓଡିଶୋ ପଂଚାୟତର ବାହାବଳପୁର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତକ୍ରମେ ଯୁବନେତା ସତୀଶ ବିଶ୍ୱାଳଙ୍କୁ ପ୍ରତିଷ୍ଠାତା ସଭାପତି ଘୋଷଣା କରାଯାଇଥିଲା । ଏଥିରେ ସର୍ବଶ୍ରୀ ନୀଳମଣୀ ନାୟକ, ଦାଶରଥୀ ବେହେରା, ରାମଚନ୍ଦ୍ର ମଲିକ, କେଶବ ଦତତ୍ତଉପସଭାପତି, ଅଭୟ ସାମଲ ସମ୍ପାଦକ, ଜିତେନ୍ଦ୍ର ନାୟକ ଓ ସୁଶାନ୍ତ କୁମାର ମହାନ୍ତି ସହ-ସମ୍ପାଦକ, ଶଙ୍କର୍ଷଣ ପଣ୍ଡା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଉପଦେଷ୍ଠା ଭାବେ ସୁଦାମ ଚରଣ ରାଉତ, ଚୈତନ୍ୟ ରାଉତ, ମାଗୁଣୀ ସ୍ୱାଇଁ, ଶ୍ରୀଧର ନାୟକ, ନୀରଞ୍ଜନ ସାମଲ, ଅମୀୟ ସାମଲ, ପରମାନନ୍ଦ ବୋଇତେଇ, ଶିଶିର ବେହେରା, ନୀରଞ୍ଜନ ରାଉତ, ବାଇଧର ରାଉତ ପ୍ରମୁଖ ମନୋନୀତ ହୋଇଛନ୍ତି ।
ବୈଠକରେ ସତୀଶ କହିଥିଲେ ଯେ, ଚାଷୀ ଓ ଚାଷର ସ୍ୱାର୍ଥ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏଠାରେ ଦପାନାଳ ପୋତି ହୋଇଯିବାରୁ ଚାଷ ଉଜୁଡି ଯାଇଛି । ଅତୀତରେ ଏହି ନାଳଟି ଗୋଟିଏ ନଦୀ ପରି ଥିଲା । ଧର୍ମଶାଳାର ମାନପୁର, ଓଡିଶୋ, ଅଣ୍ଡେଇଗୋଡା, ଅର୍ତିଆ, କୁସୁନପୁର, ବିଶ୍ୱନାଥପୁର, କରଞ୍ଜିଆରି, ମେଳକ, ନିମପାଟଣା, ବାହାବଳପୁର, ହାଟସିଂହାପୁର, କୁରୁକୁରା, କପାଳି, ଟାକୁଆଠେଙ୍ଗ, ନଠୁଆବର, ନୂଆହାଟ, ଦାମଦୋରପୁର, କୁରାଶେ, ଗରୁଆଳ ଆଦି ଗ୍ରାମର ଲୋକେ ଚାଷବାସ ପାଇଁ ଏହା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲେ । ଏବେ ଏହା ସଂପୂର୍ଣ୍ଣ ପୋତି ହୋଇ ଯାଇଥିବା ବେଳେ ଏହାର ପଙ୍କ ଓ ଦଳ ପଚି ଦଃୁଗନ୍ଧ କରୁଥିବା ସହ ସାପ ଓ ମଶାର ପ୍ରବଳ ଉପଦ୍ରବ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଚାଲିଛି । ଲୋକେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଆସିଥିବା ତଦନ୍ତ ନିର୍ଦ୍ଦେଶକୁ ଯାଜପୁର ଡ୍ରେନେଜ ଡିଭିଜନ ଚାପି ଦେଇଥିବାର ଏଠାରେ ଅଭିଯ୍ଧେଜ୍ଞ କରାଯାଇଛି । ଏହାର ଅନ୍ତରାଳରେ ବଡ ଧରଣର ଦୁର୍ନିତି ହୋଇଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରୁନି ବୋଲି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ ଲଢେଇ ଯୋରଦାର କରାଯିବ ବୋଲି ସତୀଶ ମତ ପ୍ରକାଶ କରିଥିବା ବେଳେ ଉପସ୍ଥିତ ସମସ୍ତ ସଭ୍ୟମାନେ ସମର୍ଥନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close