ସ୍ୱାଧୀନତାର ୭୫ ବର୍ଷ ଅବସରରେ ଯାଜପୁରରେ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର,୩୧ା୮: ସ୍ୱାଧୀନତା ଯେ କୈାଣସି ଦେଶ ପାଇଁ ଏକ ଅମୃତ ଅନୁଭବ । ତେବେ ଏହାର ସୁରକ୍ଷା ଓ ଦେଶର ଅଖଣ୍ଡତା ପାଇଁ ପ୍ରତ୍ୟେକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଚ୍ଥନ୍ତି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି । ମଙ୍ଗଳବାର ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଜିଲ୍ଲା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ପରାଧୀନ ଭାରତର ଯନ୍ତ୍ରଣା କଷ୍ଟକୁ ଯେଊଁ ସଂଗ୍ରାମୀମାନେ ଅଙ୍ଗେ ଲିଭାଇ ଆମକୁ ସ୍ୱାଧୀନତା ଆଣି ଦେଇଚ୍ଥନ୍ତି ସେମାନେ ଅବିସ୍ମରଣୀୟ ବୋଲି କହିଥିଲେ । ଯାଜପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ନାମ ସମ୍ୱଳିତ ଏକ ସ୍ମୃତିସ୍ତମ୍ଭ ଜିଲ୍ଲା ସଦର ମହକୁମାରେ ସ୍ଥାପନ ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଊରିଆ ଯୁବ ପୀଢିଙ୍କୁ ସ୍ୱାଧୀନତାର ଅର୍ଥ ଓ ପରାଧୀନତାର କଷ୍ଟ ବୁଝିବାର ସମୟ ଆସିଚ୍ଥି ବୋଲି କହିଥିଲେ । ଭାଇଚାରା, ସାମ୍ପ୍ରଦାୟିକ, ସଦ୍‌ଭାବନା ଓ ଜାତୀୟ ଏକତା ପ୍ରତି ପ୍ରତ୍ୟେକ ଅନୁରକ୍ତ ରହିବାକୁ ସେ ଅନୁରୋଧ କରିଥିଲେ । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ କହିଥିଲେ ସଂଗ୍ରାମୀମାନଙ୍କର ବଳୀଦାନ ଓ ତ୍ୟାଗ ଅତୁଳନୀୟ । ଆମେ ଆଜି ଗର୍ବର ସହ କଥା କହିପାରୁଚ୍ଥେ, ଚାଲିପାରୁଚ୍ଥେ ସେହି ସଂଗ୍ରାମୀମାନଙ୍କ ନିଷ୍ଠା ପାଇଁ । ତେଣୁ ଦେଶ ମାତୃକାର ସେବା ଓ ସମର୍ପଣ ପାଇଁ ପ୍ରତ୍ୟେକ ଶପଥ ନେବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋରଂଜନ ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର କୁମାର ମାଝି ଦେଶ ଗଠନ ଓ ଯୋଗାଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବଦାନ ସଂପର୍କରେ ମତବ୍ୟକ୍ତ ସହ ଯାଜପୁର ଜିଲ୍ଲାରେ ବର୍ତମାନ ସୁଦ୍ଧା ପ୍ରାୟ ୧୫୦୦ କି.ମି ରାସ୍ତା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରସ୍ତୁତ କରାଯାଇଚ୍ଥି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀବାଦୀ ତଥା ସମାଜସେବୀ ନିଶିତ ଦାସ, ମିହିର ପ୍ରତାପ ଦାସ, ଶିକ୍ଷାବିତ୍ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଶିକ୍ଷାବିତ୍ ଉଦୟନାଥ ପରିଡା, ହୃଷିକେଶ ପତି, ଡଃ ରବିନ୍ଦ୍ର କୁମାର ରାଉତରାୟ ପ୍ରମୁଖ ପରାଧୀନ ଭାରତ, ସ୍ୱାଧୀନ ଦେଶ, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ, ସ୍ୱାଧୀନତାର ମୂଲ୍ୟ, ନାଗରିକର କର୍ତବ୍ୟ, ସର୍ବୋପରି ସମ୍ପ୍ରତି ଆପଂଗାନୀସ୍ଥାନର ସ୍ଥିତି ସଂପର୍କରେ ଆଲୋକପାତ କରି ସ୍ୱାଧୀନତାକୁ ଅକ୍ଷୂର୍ଣ୍ଣ ରଖିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସରକାରଙ୍କର ନିର୍ଦ୍ଦେଶ ସଂପର୍କରେ ସୂଚନା ଦେଇଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସଂସ୍କୃତି ଭବନ ପରିସରରେ ଥିବା ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ବିଶିଷ୍ଟ ବ୍ୟକ୍ତି, ସଂସ୍କୃତି ପରିଷଦର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close