ସୁପ୍ରିମକୋର୍ଟର ୯ ଜଣିଆ ବିଚାରପତିଙ୍କ ଶପଥ ଗ୍ରହଣ
ନୂଆଦିଲ୍ଲୀ;୩୧/୦୮ (ବ୍ୟୁରୋ): ସୁପ୍ରିମକୋର୍ଟର ୯ ଜଣିଆ ବିଚାରପତି ଆଜି ଶପଥ ନେଇଛନ୍ତି । ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନା । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ମହିଳା ବିଚାରପତି । ସେମାନେ ହେଲେ ଜଷ୍ଟିସ ବି.ଭି. ନାଗାରତ୍ନା, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ବେଲା ତ୍ରିବେଦୀ । ଜଷ୍ଟିସ ବି.ଭି. ନାଗାରତ୍ନା କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିଲେ । ସେ ୨୦୨୭ ବେଳକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇ ପାରନ୍ତି । ଯାହା ଏକ ଇତିହାସ ସୃଷ୍ଟି କରିବ। ପ୍ରଧାନ ବିଚାରପତିରେ ହେବାରେ ସେ ହେବେ ପ୍ରଥମ ମହିଳା । ସେହିପରି ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ଜଷ୍ଟିସ ହିମା କୋହଲି । ଗୁଜରାଟ ହାଇକୋର୍ଟର ବିଚାରପତି ଭାବରେ କାର୍ୟ୍ୟଭାର ତୁଲାଉଥିଲେ ଜଷ୍ଟିସ ବେଲା ତ୍ରିବେଦୀ । ସୁପ୍ରିମକୋର୍ଟ ବିଚାରପତି ଭାବରେ ଶପଥ ନେଇଛନ୍ତି ଅନ୍ୟମାନେ ହେଲେ ଜଷ୍ଟିସ ଏଏସ୍ ଓକା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଜେ.କେ.ମାଲେଶ୍ୱରୀ, ଜଷ୍ଟିସ ସି.ଟି. ରବିକୁମାର, ଜଷ୍ଟିସ ଏମ୍.ଏମ୍. ସୁନ୍ଦରେଶ ଓ ଜଷ୍ଟିସ ପି.ଏସ୍. ନରସିଂହା ।