Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଯାଜପୁରରୋଡ଼ ଆଦର୍ଶ ଥାନା ନିରୀକ୍ଷକଙ୍କୁ ଶାନ୍ତି କମିଟି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

ବ୍ୟାସନଗର: ଆଜି ତା 30.8.21ରିଖ କଳିଙ୍ଗନଗର ଶିଳ୍ପାଞ୍ଚଳ ଭାବେ ମାନ୍ୟତା ବ୍ୟାସନଗରର ଯାଜପୁରରୋଡ଼ ଆଦର୍ଶ ଥାନାର ଆରକ୍ଷୀ ନିରୀକ୍ଷକ ଅନିଲ କୁମାର ମହାନ୍ତିଙ୍କ ପୁରୀ ବଦଳୀ ହୋଇଥିବାରୁ ବ୍ୟାସନଗର କାଳୀ ପୂଜା ଶାନ୍ତି କମିଟି ଓ ସିଭିଲ ସୋସାଇଟି ପକ୍ଷରୁ ମିଳିତ ଭାବେ ଶାନ୍ତି କମିଟିର ଆବାହକ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ନଟରାଜ ହୋଟେଲ ଠାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା! ଏହି ସଭାରେ ବ୍ୟାସନଗରର 14 ଗୋଟି କାଳୀ ପୂଜା କମିଟି, ସିଭିଲ ସୋସାଇଟି ଓ ବରିଷ୍ଠ ସାମ୍ବାଦିକ ମାନେ ଅଂଶଗ୍ରହଣ କରି ନିଜ ନିଜ ବକ୍ତବ୍ୟରେ 28 ଫେବୃଆରୀ 2019ରୁ 23ଅଗଷ୍ଟ 2021 ପର୍ଯ୍ୟନ୍ତ ସମୟ ମଧ୍ୟରେ ବ୍ୟାସନଗରର ଗଣ ପର୍ବ ଓ କୋଭିଡ ଆଇନକୁ କଡା କଡ଼ି ଲାଗୁ କରିବା ବହୁ ଅପରାଧକୁ ଚି଼ହ୍ନଟ କରିବା ଦୁଇ ଦୁଇ ଥର ଡକାୟତ ଦଳଙ୍କ ଯୋଜନାକୁ ପଣ୍ଡ କରିବା ଘଟଣାକୁ ଉଚ୍ଚ ପ୍ରଶଂସା କରିଥିଲେ ! ସଭାର ପ୍ରାରମ୍ଭରେ ସିଭିଲ ସୋସାଇଟିର ଆବାହକ ତଥା ଶାନ୍ତି କମିଟିର ଉପଦେଷ୍ଟା ବିବେକାନନ୍ଦ ମହାନ୍ତି ଆରକ୍ଷୀ ନିରୀକ୍ଷକ ଶ୍ରୀ ମହାନ୍ତିଙ୍କ ଅଢେଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପୋଲିସ ଓ ଜନସାଧାରଣଙ୍କ ସହିତ ସୁସମ୍ପର୍କ ପ୍ରକାଶ କରିବା ସହିତ ଏକ ପ୍ରଶଂସା ପତ୍ର, ଉପଢୌକନ ପ୍ରଦାନ କରିଥିଲେ ! ଶାନ୍ତି କମିଟିର ବରିଷ୍ଠ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ବୋଇତାଇ ପୁଷ୍ପଗୁଛ ପ୍ରଦାନ କରିବା ପରେ ବ୍ୟାସନଗରର ବିଭିନ୍ନ ପ୍ରତିଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ! ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ପୁହାଣ, ପ୍ରମୋଦ କୁମାର ରାଉତ, ମାନସ କୁମାର ଆଇଚ, ପ୍ରଫୁଲ୍ଲ ନାୟକ, ମନୋଜ କୁମାର ରାଉତ, ଦିନେଶ କୁମାର ସାହୁ, ଟିକାୟତ ପାଲ, ହୃଷିକେଶ ସାହୁ ଉମାକାନ୍ତ ରାଉତ, ଚିନ୍ତାମଣି ପାଢ଼ୀ, ବିଜୟ କୁମାର ସାହୁ, ସୁଜିତ କୁମାର ମଲ୍ଲିକ, ବସନ୍ତ କୁମାର ପାତ୍ର, ସଦାଶିବ ଦାସ, ଶିଶିର କୁମାର ରାଉତ, ନିରଞ୍ଜନ ଘଡ଼ାଇ, ପରମାନନ୍ଦ ସେଠୀ, ପବିତ୍ର ମୋହନ ମହାନ୍ତି, ପ୍ରଲୁବ୍ଧ ଜେନା, ପଦ୍ୟୁମ୍ନ କୁମାର ବୋଇତାଇ, ନୀଳମଣି ରାଉତ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ନିଜ ନିଜର ଅଭିଭାଷଣ ଦେଇଥିଲେ ! ଆରକ୍ଷୀ ନିରୀକ୍ଷକ ଅନିଲ କୁମାର ମହାନ୍ତି ନିଜର ଅଢେଇ ବର୍ଷର ଅନୁଭୂତି ଓ ବ୍ୟାସନଗର ବାସୀଙ୍କ ସହଯୋଗକୁ ଉଚ୍ଚ ପ୍ରଶଂସା କରିବା ସହିତ ବିଭିନ୍ନ ଅନୁଷ୍ଠାନ ଓ ସାମ୍ବାଦିକମାନଙ୍କ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କର ଭୂମିକା ଓ ପୋଲିସ ପ୍ରଶାସନ ପ୍ରତି ସେମାନଙ୍କ ମମତା ଭୁଲି ହେବ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ! ଶେଷରେ ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଓଝା ଧନ୍ୟବାଦ ଦେଇଥିଲେ !
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close