Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନନିଗମ(ଓଏସ୍‌ଆର୍‌ଟିସି)ର ନୂତନ ପ୍ରୟାସ

ଭୁବନେଶ୍ବର ; ୨୯/୦୮ (ଜ୍ୟୋତି ରଞ୍ଜନଙ୍କ ଠାରୁ) :ଓଏସ୍‌ଆର୍‌ଟିସି ପକ୍ଷରୁ ନୂତନ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ତଥା ଅନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ନୂତନ ପ୍ରୟାସ। ରାଜ୍ୟରେ ନୂଆ ୧୮୦ ଏସି ଡିଲକ୍ସ, ନନ୍‌ଏସି ଡିଲକ୍ସ, ଷ୍ଟାଣ୍ଡାର୍ଡ ଏକ୍ସପ୍ରେସ୍‌ ଚଳାଇବା ପାଇଁ ଯୋଜନା ରଖିଛି ଓଏସ୍‌ଆର୍‌ଟିସି । ରାଜ୍ୟ ବାହାରକୁ ୧୦ଟି ନୂଆ ଭଲଭୋ ବସ୍ ଚଳାଚଳ ପାଇଁ ଯୋଜନା କରାଯାଇଛି।ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଖୁବ୍‌ଶୀଘ୍ର ବସ୍‌ଗୁଡ଼ିକ ରାଜ୍ୟ ଭିତରେ ତଥା ଅନ୍ତଃରାଜ୍ୟରେ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ଓଏସ୍‌ଆର୍‌ଟିସି ପକ୍ଷରୁ ରାଜ୍ୟର ୨୬୪ ରୁଟ୍‌ରେ ୬୩ଟି ଏସି ଡିଲକ୍ସ, ୧୮୦ଟି ନନ୍‌ଏସି ଡିଲକ୍ସ, ୧୨୭ଟି ଷ୍ଟାଣ୍ଡାର୍ଡ ଏକ୍ସପ୍ରେସ୍‌ ଏବଂ ୧୩୩ଟି ଏଲ୍‌ସିଭି ଚଳାଚଳ କରୁଛି। ଏହାଛଡ଼ା ୪ଟି ଭଲ୍‌ଭୋ ମଧ୍ୟ ରହିଛି। ୨ଟି ଭଲ୍‌ଭୋ ଭୁବନେଶ୍ବରରୁ କଲିକତା ଏବଂ ଅନ୍ୟ ଦୁଇଟି କୋରାପୁଟ ଜୟପୁରରୁ ଆନ୍ଧ୍ରପ୍ରଦେଶ ରାଜମୌଳୀ ଯାଉଛି। ଯଦିଓ ଜୟପୁର-ଆନ୍ଧ୍ର ଭଲ୍‌ଭୋଗୁଡ଼ିକ ଲାଭରେ ରହିଛି; ହେଲେ ଭୁବନେଶ୍ବରରୁ-କଲିକତା ଯାଉଥିବା ଭଲ୍‌ଭୋରୁ ସେତେଟା ଲାଭ ମିଳିନାହିଁ। ଏହାଛଡ଼ା କରୋନା ପ୍ରଭାବରେ ଗତ ଦୁଇ ବର୍ଷ ବସ୍‌ ସେବା ବାଧାପ୍ରାପ୍ତ ଯୋଗୁଁ ନିଗମକୁ କ୍ଷତି ସହିବାକୁ ପଡ଼ିଛି। ଗତ ୧୯-୨୦ ବର୍ଷ ଓ ୨୦-୨୧ ଦୁଇ ବର୍ଷରେ ନିଗମକୁ ପାଖାପାଖି ୨୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ବର୍ତ୍ତମାନ ଧୀରେଧୀରେ ସ୍ଥିତି ସ୍ବାଭାବିକ ହେବାରୁ ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବା ସହ ଯାତ୍ରୀଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ନିଗମ ବିଶେଷ ପ୍ରୟାସ ଜରି ରଖିଥିବା ଜଣାପଡିଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close