ଉଦୟବଟ ତରଫରୁ ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ଅନେକ ଶୁଭେଚ୍ଛା ଆଉ ଶୁଭକାମନା

ଯାଜପୁର; ୨୨/୦୮( ବ୍ୟୁରୋ ): ପବିତ୍ର ବନ୍ଧନ ହେଉଛି ରକ୍ଷା ବନ୍ଧନ । ଓଡ଼ିଶାରେ ବାର ମାସରେ ତେର ପର୍ବ ବୋଲି କୁହାଯାଏ । ଭାରତୀୟ ପରମ୍ପରା ଓ ପର୍ବକୁ ନେଇ ଆମ ସଂସ୍କୃତି । ସେହି ସଂସ୍କୃତି ରେ ଲୁଚି ରହିଛି ଆନେକ କଥା କାହାଣୀ । ପର୍ବ  ମଧ୍ୟରୁ ଗୋଟିଏ ହେଲା ରକ୍ଷା ବନ୍ଧନ । ଶ୍ରାବଣ  ମାସର ପୂର୍ଣ୍ଣିମା ଦିନକୁ ଆମେ ରକ୍ଷା ବନ୍ଧନ ଭାବରେ ପାଳନ କରିଥାଉ, ଯାହାର ଅନ୍ୟ ନାମ ହେଉଛି ଗହ୍ମା ପୂର୍ଣ୍ଣିମା । ରକ୍ଷା ବନ୍ଧନ ହିନ୍ଦୁ ଧର୍ମରେ ଏକ ସ୍ନେହ ଓ ଶ୍ରଦ୍ଧା ମମତାର ପର୍ବ । ରକ୍ଷା ବନ୍ଧନ ଏପରି ବନ୍ଧନ ଯାହା ଗୋଟିଏ ରକ୍ଷା ସୂତ୍ର ଅଟେ ଯାହା ଭଉଣୀର ସ୍ନେହ ଦ୍ଵାରା ଭାଇକୁ ସମସ୍ତ ସଙ୍କଟରୁ ଦୁରେଇ ରଖିଥାଏ । ଏହା ଏପରି ଗୋଟିଏ ପବିତ୍ର ବନ୍ଧନ ଯାହା ସମ୍ପର୍କ କୁ ଅଧିକ ନିବିଡ଼ କରିଥାଏ । ସମଗ୍ର ଭାରତ ପୁରପଲ୍ଲୀରେ ପର୍ବଟିକୁ ଖୁବ୍ ଉତ୍ସାହର ସହିତ ପାଳନ କରାଯାଇଥାଏ।  ଭାଇ ଓ ଭଉଣୀଙ୍କ ମଧ୍ୟରେ ଅନେକ ମତାନ୍ତର ଓ ମନାନ୍ତର ହୋଇଥିଲେ ସୁଧା ରାକ୍ଷୀ ପୂର୍ଣ୍ଣିମା ଦିନ ତାହା ସବୁ ମିଳେଇ ଯାଇଥାଏ  କାରଣ ଏହି ଦୁଇଟି ସମ୍ପର୍କ ଏତେ ନିବିଡ ଯେ ତାହାକୁ ବିଶ୍ଵର କୌଣସି କାରଣ ଦୂରେଇ ପାରି ନଥାଏ । ତାହା ହେଉଛି ଆମର ରକ୍ଷା ବନ୍ଧନ । ପୁରାଣ କଥା ଅନୁସାରେ ଯେତେବେଳେ ଶ୍ରୀକୃଷ୍ଣ ଶିଶୁପାଳଙ୍କୁ ବଧ କରିଥିଲେ ସେହି ସମୟରେ ଶ୍ରୀକୃଷ୍ଣଙ୍କ ହାତରେ ଆଘାତ ଲାଗିଥିଲା । ସେହି ସମୟରେ ଦ୍ରୌପଦୀ ନିଜ ଲୁଗାରୁ ଖଣ୍ଡିଏ କପଡା ଛିଡାଇ ଶ୍ରୀକୃଷ୍ଣ ହାତରେ ବାନ୍ଧି ଦେଇଥିଲେ । ସେହି ଦିନ ଶ୍ରାବଣ ପୂର୍ଣ୍ଣମୀ ଥିଲା ଓ ବସ୍ତ୍ର ହରଣ ସମୟରେ ଭଗବାନ୍ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦେଇ ଲଜ୍ଜା ରୁ ନିବାରଣ କରିଥିଲେ । ରକ୍ଷା ବନ୍ଧନ ଦିନଟି ହେଉଛି ବଳଭଦ୍ରଙ୍କ ଜନ୍ମଦିନ ବୋଲି କୁହାଯାଏ । ଏହିଦିନ ଆମ ଓଡ଼ିଆ ଘରେ ବଳଭଦ୍ରଙ୍କ ପୂଜା ସହିତ ବଳଦଙ୍କୁ ମଧ୍ୟ ପୂଜା କରାଯାଇଥାଏ ଓ ଘରେ ଯେଉଁ ପିଠା ପଣା ହୋଇଥାଏ ତାହା ବଳଦଙ୍କୁ ଖାଇବାକୁ ଦିଆଯାଏ ଓ ବଳଦଙ୍କୁ ରାକ୍ଷୀ ମଧ୍ୟ ବନ୍ଧା ଯିବାର ପରମ୍ପରା ରହିଛି । ଏହିଦିନ ଭାଇକୁ ଭଉଣୀ ଚନ୍ଦନ ସିନ୍ଦୂର ଲଗାଇ ଦ୍ଵିପ ଜଳାଇ ବନ୍ଦାଇ ଥାଏ ଓ ଏହାପରେ ତାକୁ ରାକ୍ଷୀ ବାନ୍ଧି ମିଠା ଖୁଆଇ ଦେଇଥାଏ । ଭାଇ ମଧ୍ୟ ଭଉଣୀକୁ ସବୁ ସଙ୍କଟରୁ ରକ୍ଷା କରିବାର ବଚନ ଦେଇଥାଏ ଏବଂ ପରସ୍ପରର ସହଯୋଗ ଓ ରକ୍ଷା କରିବାର ସହମତି ଭାଇ ଭଉଣୀ ଦେଇ ଥାଆନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close