‘ଉଦୟବଟ’ ତରଫରୁ ୭୫ତମ ସ୍ୱାଧିନତା ଦିବସ ପାଳିତ; ‘ଉଦୟବଟ ଇ-ନ୍ୟୁଜ୍‌’ର ୨ୟ ବାର୍ଷିକୋତ୍ସବ, ରେଳ ଡିଭିଜନ ପାଇଁ ଦସ୍ତଖତ ଅଭିଯାନ

ବ୍ୟାସନଗର, ୧୬/୦୮(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ପକ୍ଷରୁ ୭୫ତମ ସ୍ୱାଧିନତା ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବେସରକାରୀ କଲେଜ ଶିକ୍ଷକ ସଂଘର ସାଧାରଣ ସଂପାଦକ, ଅଖିଳ ଭାରତୀୟ ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘର ଉପ-ସଭାପତି ତଥା ପୂର୍ବତନ ଅଧ୍ୟକ୍ଷ ଡ଼ଃ. ଦୁଷ୍ମନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ତ୍ରିରଂଙ୍ଗାକୁ ଉତୋଳନ କରିଥିଲେ । ରାଜ୍ୟ ମାନବାଧିକାର ଏବଂ ସାମାଜିକ ନ୍ୟାୟ ମଣ୍ଡଳର ମୁଖ୍ୟ ସଚିବ ଦୀପକ ରଂଜନ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାର ଭାରତ ଭୂଷଣ ରାଉତ ଓ ସାଥି ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ଏଥିରେ ଶିକ୍ଷାବିଦ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ, ସମ୍ମାନିତ ଅତିଥି ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଜମ୍ବୁନାଥ ସାମଲ ପ୍ରମୁଖ ଯୋଗ ଦେଇ କହିଥିଲେ ଯେ, ଖବର ପ୍ରକାଶନ ସହ ‘ଉଦୟବଟ’ ବର୍ଷ ବର୍ଷ ଧରି ବିଭିନ୍ନ ସାମାଜିକ ତଥା ଉନ୍ନୟନମୂଳକ ଓ ସଚେତନତାଭିତିକ କାର୍ଯ୍ୟକ୍ରମ ଆଦି ଜାରୀ ରଖିଥିବାରୁ ଏହାର ଭୂୟସୀ ପ୍ରଂଶସା କରିଥିଲେ । କୋଭିଡ଼ ସମୟରେ ‘ଉଦୟବଟ’ ବହୁ ଅଭାବୀ, ଶ୍ରମିକ ଓ ଗରୀବ ଶ୍ରେଣୀର ଲୋକଙ୍କ ପାଖରେ ପହଚିଂ ସହଯୋଗର ହାତ ବଢ଼ାଇ ଉଦାହରଣ ସୃଷ୍ଟି କରିଛି । ସମୟଚକ୍ରରେ ଓ ଦୈବଦୁର୍ବିପାକ ଆଦି ବିଭିନ୍ନ ଅସୁବିଧାରେ ପଡ଼ୁଥିବା ବହୁ ବ୍ୟକ୍ତିଙ୍କୁ ସହଯୋଗର ହାତ ମଧ୍ୟ ବଢ଼ାଉଛି । ଏଥିରେ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ସାମ୍ବାଦିକ ବିଭୂତି ଭୂଷଣ ଜେନା, ସନାତନ ମଲ୍ଲିକ, କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ପ୍ରଫୁଲ୍ଲ ବାରିକ, ଗୈାରୀଶଙ୍କର ପତି, ପ୍ରଦୀପ ବାରିକ, ଅରୁଣ ଦାସ, ସୁମିତ୍ରା ମିଶ୍ର, ଦେବେନ୍ଦ୍ର ମଲ୍ଲିକ, ରୀନା ପାତ୍ର, ବୁନା ଦେଇ, କାର୍ତିକ ବାରିକ, ଅକ୍ଷୟ ଜେନା, ହରୀଶ ଚନ୍ଦ୍ର ଜେନା, ଅଭୟ ମଲ୍ଲିକ, ରଂଜନ ଦଳାଇ, ଅଭିଷେକ ମଲ୍ଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଠାରେ ‘ଉଦୟବଟ ଇ-ନ୍ୟୁଜ୍‌’ର ୨ୟ ବାର୍ଷିକୋତ୍ସବ ସଂକ୍ଷୀପ୍ତରେ ପାଳିତ ହୋଇଥିଲା । ଏହି ଅବସରରେ ଡ଼ିଭିଜିନାଲ ସେକ୍ରେଟାରୀ, ପାୱାର ଏମ୍ପ୍ଲଇଜ୍ ୟୁନିୟନ ଘନଶ୍ୟାମ ରାଉତ ଓ ସ୍ଥାନୀୟ ସାପଗଡିଆ ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ମୁଖ୍ୟ ଉଦ୍ୟୋକ୍ତା ଗଦାଧର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ‘ଉଦୟବଟ’ର ସଂପାଦକ, ସାମାଜିକ କର୍ମୀ ତଥା ଶ୍ରମିକ ନେତା ଶ୍ରୀ ରାଉତଙ୍କ ଉଦ୍ୟମରେ ଯାଜପୁରରୋଡରେ ଏକ ନୂତନ ରେଳ ଡିଭିଜନ ଘୋଷଣା ପାଇଁ ଚାଲିଥିବା ଦସ୍ତଖତ ଅଭିଯାନରେ କିଛି ବ୍ୟକ୍ତି ସାମିଲ ହୋଇ ଦାବୀ ପ୍ରତି ସମର୍ଥନ ଜଣାଇ ଦସ୍ତଖତ ପ୍ରଦାନ କରିଥିଲେ । ଏଥିରେ ଦିନତମାମ ବ୍ୟାସନଗର ସହର ଛଡ଼ା, ଧର୍ମଶାଳା ଅଂଚଳ, ପଡ଼ୋଶୀ କେଉଁଝର ଜିଲ୍ଲାର ରାମଚନ୍ଦ୍ରପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଅଂଚଳର କିଛି କିଛି ବ୍ୟକ୍ତି ଅଳ୍ପ ସଂଖ୍ୟାରେ ଆସି ଦାବୀ ପ୍ରତି ଦୃଢ଼ ସମର୍ଥନ ଜଣାଇ ଦସ୍ତଖତ ପ୍ରଦାନ କରିଥିବାରୁ ଶ୍ରୀ ରାଉତ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଶେଷରେ ବସନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close