କଳିଙ୍ଗ ଷ୍ଟାଡିୟମରେ ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ୪ ଓଡ଼ିଆ ଖେଳାଳୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୧୧/୮(ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର ରାଜଧାନୀ ଟୋକିଓ ଠାରେ ଅନୁଷ୍ଠିତ ୨୦୨୦-ଅଲମ୍ପିକରେ ଭାଗ ନେଇ ଫେରିଥିବା ୦୪ ଓଡ଼ିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ଜାତୀୟ ହକି ଦଳ ପଦକ (ବ୍ରୋଂଚ) ହାସଲ କରିଥିବାରୁ ଦେଶ ବ୍ୟାପି ନାହିଁ ନ ଥିବା ଆନନ୍ଦ ପ୍ରକାଶ ପାଇଛି । ସେହିପରି ମହିଳା ହକି ଦଳ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ପାଇବାରୁ ବଂଚିତ ହୋଇଥିଲେ । ଆଜି ସମ୍ବର୍ଦ୍ଧିତ ହୋଇଥିବା ହକି ତାରକାମାନେ ହେଲେ ପୁରୁଷ ଦଳର ବୀରେନ୍ଦ୍ର ଲାକ୍ରା ଓ ଅମିନ ରୋହିଦାସ । ମହିଳା ହକି ତାରକା ହେଲେ ଦୀପ୍‌ଗ୍ରେସ ଏକ୍କା ଓ ନମିତା ଟପ୍ପୋ । ଏମାନେ ଓଡ଼ିଶା ପାଇଁ ଗୈାରବ ଆଣିଥିବାରୁ ଏମାନଙ୍କୁ ବିଭିନ୍ନ ମହଲରୁ ପ୍ରଂଶସାର ସୁଅ ଛୁଟୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close