୧୬ ଅଗଷ୍ଟରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ

ଭୁବନେଶ୍ୱର ; ୦୭/୦୮ ( ଜ୍ୟୋତି ରଞ୍ଜନଙ୍କ ଠାରୁ) ରାଜ୍ୟରେ ୧୬ ଅଗଷ୍ଟରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ। ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲୁ ରହିବ ବୋଲି ସୂଚନା ମିଳିଛି। କୋଭିଡ କଟକଣାକୁ ଧ୍ୟାନରେ ରଖି କ୍ଲାସ କରିବାକୁ ଗଣଶିକ୍ଷା ସଚିବଙ୍କ ପତ୍ର ବିଭିନ୍ନ ସ୍କୁଲ ପ୍ରଶାସନ ତଥା ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ରବିବାର ଓ ସାଧାରଣ ଛୁଟି ଦିବସରେ କ୍ଲାସ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଏ ନେଇ ଓଡ଼ିଶା ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ଶିକ୍ଷା ବିଭାଗର ଅଧୀନରେ ଥିବା ସରକାରୀ, ସରକାରୀ ସହାୟକ ଏବଂ ବେସରକାରୀ ତଥା CBSE ଏବଂ ICSE ଏବଂ ଅନ୍ୟାନ୍ୟ ବୋର୍ଡ ଅଧୀନରେ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ନବମ ଶ୍ରେଣୀକୁ ଖୋଲିବାକୁ ନିର୍ଦ୍ଦେଶ ମିଳିଛି। ଛାତ୍ରମାନଙ୍କୁ ସେମାନଙ୍କ ପିତାମାତାଙ୍କ ପରାମର୍ଶରେ ଅନଲାଇନ୍ ମୋଡ୍ କିମ୍ବା ଅଫଲାଇନ୍ ମୋଡରେ କ୍ଲାସରେ ଯୋଗଦେବାକୁ ଅନୁମତି ଦିଆଯାଇଛି। ଅଫଲାଇନ୍ ମୋଡ୍ ରେ ଛାତ୍ରମାନଙ୍କ ପାଇଁ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ପୂର୍ବରୁ ଜାରୀକରାଯାଇଥିବା SOP କାର୍ଯ୍ୟକାରୀ ହେବ। ନବମ ଛାତ୍ରମାନଙ୍କ ପାଇଁ ହଷ୍ଟେଲଗୁଡିକ ମଧ୍ୟ ୧୬ ଅଗଷ୍ଟ ୨୦୨୧ ରୁ ଖୋଲିବ ଏବଂ ଏହି ବିଭାଗ ଦ୍ୱାରା ଜାରି SOP ଅନୁଯାୟୀ ମାନଦଣ୍ଡ ଅନୁପାଳନ କରାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯିବ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close