ଓଡ଼ିଶା ମୋ ପରିବାର ତତ୍ତ୍ଵାବଧାନରେ ମାର୍ଶାଘାଇ ବ୍ଲକ ଶିଳିପୁରରେ ରକ୍ତଦାନ ଶିବିର
ମାର୍ଶାଘାଇ,୩୧/୦୭: କରୋନା ମହାମାରୀ ସମୟରେ ରକ୍ତ ସଙ୍କଟକୁ ଦୂର କରିବା ନିମନ୍ତେ ମୂଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଏବଂ ଓଡ଼ିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ବିଶ୍ଵ ଓଡ଼ିଆ ମହାସଂଘର ରାଜ୍ୟ ସମ୍ପାଦକ ରୁଦ୍ରନାରାୟଣ ଦାଶଙ୍କ ନେତୃତ୍ବରେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଶିଳିପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଶ୍ଵ ଓଡ଼ିଆ ମହାସଂଘର ସଭାପତି ତଥା ଓଡିଶା ମୋ ପରିବାରର ସଂଯୋଜକ ଡ଼ଃ ସୁରେନ୍ଦ୍ରନାଥ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ବେହେରା, ସରପଞ୍ଚ ଯୁଗଳ କିଶୋର ଦାସ ବରିଷ୍ଠ ଶିକ୍ଷାବିତ ବଳରାମ ଦାଶ, ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ବୈଷ୍ଣବ ବେହେରା ପ୍ରମୁଖ ଶିବିର ଉଦଘାଟନ କରିଥିଲେ। ଶିବିରରେ ୩୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ମହାମାରୀ କରୋନା ସମୟରେ ଯେପରି ରକ୍ତ ଅଭାବରୁ କେହି ମୃତ୍ୟୁବରଣ ନ କରନ୍ତି ଏହାହିଁ ମହାସଂଘର ଲକ୍ଷ୍ୟ ବୋଲି ସଂଘର ସଭାପତି ଡ଼ଃ ମହାପାତ୍ର କହିଥିଲେ ।