ଅଗଷ୍ଟ ୧ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ୍ , ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ; ୧୬/୦୭ (ଜ୍ୟୋତି ରଞ୍ଜନଙ୍କ ଠାରୁ) : ଅଗଷ୍ଟ ୧ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ୍ । ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଲକଡାଇନ୍ ପ୍ରକ୍ରିୟା ଜାରି ରହିବ। ଏ ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ତାଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ୧୦୦ ଜଣରେ ୩ଜଣ ପଜିଟିଭ ବାହାରୁଛନ୍ତି । କାଟାଗୋରୀ ବି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାଟାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । କାଟାଗୋରୀ ଏ ରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ବି ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ । କେଟାଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର। ସେହିପରି କ୍ୟାଟେଗୋରୀ B ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ।କାଟେଗୋରୀ Aରେ ୨୦ ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ରହିବ । ଏବେ କାଟେଗୋରୀ Aରେ ରାତି ୮ଟା ଯାଏ ଖୋଲିବ ଦୋକାନ ବଜାର। ପୂର୍ବରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲୁଥିଲା। କାଟେଗୋରୀ Aରେ ସପ୍ତାହକ ୭ ଦିନ ଖୋଲିବ ଦୋକାନ ବଜାର । କାଟେଗୋରୀ Bରେ ସନ୍ଧ୍ୟା ୫ଟା ଯାଏ ଖୋଲିବ ଦୋକାନ ବଜାର। ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ। ପୂର୍ବରୁ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲୁଥିଲା। ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ସପ୍ତାହାନ୍ତ ସଟଡାଉନ ଜାରି ରହିବ। ଏଣିକି ସମଗ୍ର ରାଜ୍ୟରେ କୋଭିଡ ନିୟମାନୁଯାୟୀ ବସ୍ ସେବା ଚାଲୁ ରହିବ। କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ। ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ ବୋଲି କୁହାଯାଇଛି। ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍, ସେଲୁନ କୋଭିଡ ଗାଇଡ଼ ଲାଇନ ଅନୁସାରେ ଖୋଲିବ। ବିନା ଦର୍ଶକରେ ଆଉଟଡୋର୍ ସ୍ପୋର୍ଟସକୁ ସରକାରଙ୍କ ଅନୁମତି ମିଳିଥବା ସ୍ଥଳେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂ କୁ ମଧ୍ୟ ଅନୁମତି ମିଳିଛି। ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ । ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ।ବାର୍ ବନ୍ଦ ରହିବ, ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ । ମାସ୍କ, ସାନିଟାଇଜ, ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close