କେନ୍ଦ୍ର ପରେ ଏବେ ରାଜ୍ୟର ପାଳି, ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପାଇଁ ପ୍ରସ୍ତୁତି

ଭୁବନେଶ୍ବର ; ୧୩/୦୭(ବ୍ୟୁରୋ) :  ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପରେ ଏବେ ରାଜ୍ୟରେ ଅଦଳବଦଳ ପାଇଁ ପ୍ରସ୍ତୁତି ଜୋର ଧରିଛି। କେନ୍ଦ୍ରରେ ଯେଉଁମାନେ ଦକ୍ଷତା ପ୍ରତିପାଦନ କରାଇ ନାହିଁନ୍ତି ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ଛୁଟି କରିଦିଆଯାଇଛି। ସେଥିରେ ଓଡିଶାର ସାଂସଦ ପ୍ରତାପ ଷଡଙ୍ଗୀ ହେଉଛନ୍ତି ଜଣେ। ଏଥିରେ ମୋଦି ଯୁବ ନେତୃତ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି। ସେହି ଆଧାରରେ ବର୍ତ୍ତମାନ ଓଡିଶାର ମନ୍ତ୍ରୀମଣ୍ଡଳର ରୂପରେଖ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏଥର ଯେଉଁମାନେ ଅଯୋଗ୍ୟ ମନ୍ତ୍ରୀ ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ଛୁଟି ଦିଆଯିବ। ତେବେ ଏହି ଆଯୋଗ୍ୟ ମନ୍ତ୍ରୀମାନେ କିଏ ସେ ନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କିଛିମାସ ତଳେ ନବୀନ ମନ୍ତ୍ରୀମାନଙ୍କର ପରୀକ୍ଷା ନେଇଥିଲେ। ସେହି ଆଧାରରେ କାହାର ନାଁ ରହିବ କାହାର ନ ରହିବ ଏହା ତ ପ୍ରସ୍ତୁତି ପରେ ଜଣାପଡ଼ିବ। ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ବର୍ତ୍ତମାନ ନବୀନ କେତେ ଜଣ ଅଯୋଗ୍ୟ ତାଲିକା କରିଛନ୍ତି ତାହା କହିବା ମୁସ୍କୁଲି। ହେଲେ ବର୍ତ୍ତମାନ ସାତ ଜଣ ମନ୍ତ୍ରୀଙ୍କ ସଂପର୍କରେ ବାରମ୍ବାର ତଦାରଖ କରାଯାଉଛି। କାରଣ ସେମାନଙ୍କର ପ୍ରଦର୍ଶନ ଭଲ ନାହିଁ। ଏମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ମନ୍ତ୍ରୀ କରାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ଏହି ପଦର ଗୁରୁତ୍ବ କଣ ତାହା ଏମାନେ ଉପଲବଧି କରିପାରୁ ନାହାଁନ୍ତି। ଫଳରେ ଏମାନେ ମନ୍ତ୍ରୀ ମଣ୍ଡଳରୁ ବିଦା ହେବା ସମ୍ଭାବନା ଅଧିକ ଅଛି ବୋଲି କୁହାଯାଇଛି। ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ ଏମାନଙ୍କ ବଦଳରେ ଉଭୟ ଯୁବ ଓ ବରିଷ୍ଠ ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି କୁହାଯାଉଛି। ମହାପ୍ରଭୁ ଶ୍ରୀମନ୍ଦିରରେ ବିଜେ କରିବା ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା କରାଯିବ ବୋଲି ସୂଚନା ମିଳିଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close