‘ଉଦୟବଟ’ ତରଫରୁ ଯାଜପୁରରୋଡର କ୍ରୋମନଗର ବିଦ୍ୟାପୀଠ ଠାରେ ବୃକ୍ଷରୋପଣ
ବ୍ୟାସନଗର, ୯/୭(ଉ.ନ୍ୟୁଜ୍ ବ୍ୟୁରୋ): ସମ୍ବାଦ ଭିତିକ ପତ୍ରିକା ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍’ ତରଫରୁ ‘କୋଭିଡ଼’ କଟକଣା ମଧ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହେବା ସହ ଏହି ସପ୍ତାହ ମଧ୍ୟରେ ୦୨ଟି ସ୍ଥାନରେ ବୃକ୍ଷରୋପଣ କରାଯାଇଥିବା ବେଳେ ଚଳିତ ବର୍ଷା ଋତୁ ମଧ୍ୟରେ ଆଉ ୦୪ଟି କିମ୍ବା ତା’ଠାରୁ ଅଧିକ ସ୍ଥାନରେ ବୃକ୍ଷରୋପଣ କରି ବ୍ୟାସନଗର ଓ ଅନ୍ୟାନ ଅଂଚଳରେ କିଚିଂତ୍ ମାତ୍ରାରେ ସବୁଜିମା ସୃଷ୍ଟି କରିବାକୁ ଯୋଜନା କରାଯାଇଛି । ଫଳସ୍ୱରୂପ ଆଜି ପୂର୍ବାହ୍ନରେ ସ୍ଥାନୀୟ ‘କ୍ରୋମନଗର ବିଦ୍ୟାପୀଠ’ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ବ୍ୟାସନଗର ପୈାର ପରିଷଦର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ‘ମୁଖ୍ୟ ଅତିଥି’, ଭୁବନେଶ୍ୱରର ଯୁଗ୍ମ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର ‘ମୁଖ୍ୟ ବକ୍ତା’, କ୍ରୋମନଗର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ ଏବଂ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘କରୋନା’ ଭଳି ବିଷମ ପରିସ୍ଥିତିରେ ବାୟୁମଣ୍ଡଳରେ ଅମ୍ଳଜାନ ବୃଦ୍ଧି, ତାପମାତ୍ରାକୁ ନିୟନ୍ତ୍ରିତ ରଖିବା, ସୁବୃଷ୍ଟିପାତ, ସର୍ବୋପରି ପରିବେଶର ସୁରକ୍ଷା ଆଦି ପାଇଁ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ । ପୂଜକ ବନମାଳୀ ଦାଶ ଚାରା ଗଛଗୁଡିକର ପୂଜାର୍ଚ୍ଚନା କରିବା ପରେ ହାଇସ୍କୁଲ ପରିସରରେ ନିମନ୍ତ୍ରିତ ଅତିଥି, ‘ଉଦୟବଟ’ର କର୍ମକର୍ତା ଓ ଅଳ୍ପ ସଂଖ୍ୟକ ଶୁଭେଚ୍ଛୁ କେତେକ ମୂଲ୍ୟବାନ ଚାରା ରୋପଣ କରିଥିଲେ । ଏଠାରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ମିଶ୍ର, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମହାପାତ୍ର, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଦେଓଙ୍କୁ ‘ଉଦୟବଟ’ ତରଫରୁ ଏହାର ଶୁଭେଚ୍ଛୁ ତଥା କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସାମଲ ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେଓ ଓ ଅନ୍ୟାନ ଶିକ୍ଷକଙ୍କ ସହଯୋଗରେ ‘ଉଦୟବଟ’ ତରଫରୁ ଅନେକବାର ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରାଯାଇଛି । ଏହି ‘ବୃକ୍ଷରୋପଣ’ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ମୋହନ କୁମାର ଓଝା, କର୍ମଚାରୀ ବିଜୟ ବେହେରା, ସାହିତ୍ୟିକ, ଶିକ୍ଷାବିଦ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ପ୍ରଫୁଲ୍ଲ ବାରିକ, ଗୈାରୀଶଙ୍କର ପତି, ସନାତନ ମଲ୍ଲିକ, ଅଭିଷେକ ମଲ୍ଲ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଦ୍ୟାଳୟର ଖେଳ ଶିକ୍ଷକ ସଂଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
