ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ପାଳିଲେ ‘ବିଶ୍ୱ ଡାକ୍ତର ଦିବସ’

ବ୍ୟାସନଗର,୦୨ା୭(ଉ.ନ୍ୟୁଜ୍ ବ୍ୟୁରୋ):ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଗତ କାଲି ବିଶ୍ୱ ଡାକ୍ତରୀ ଦିବସ ଚୋରଦା ସ୍ଥିତ ମଂଚ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ମଂଚର ସଭାପତି ଶିକ୍ଷାବିଦ୍ ଉପେନ୍ଦ୍ରନାଥ ବେଉରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ପ୍ରଫୁଲ୍ଲ କୁମାର ନାୟକ, ଘନଶ୍ୟାମ ରାଉତ, ଯୋଗ ପ୍ରଭାରୀ ଧ୍ରୃବଚରଣ କର, ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଡ଼ାକ୍ତରମାନଙ୍କୁ ୨ୟ ଭଗବାନ ବୋଲି କହିବା ସହିତ ବେଳେ ବେଳେ ଭୁଲ ବୁଝାମଣା ଯୋଗୁ ଡାଙ୍କରମାନଙ୍କ ପ୍ରତି ହେଉଥିବା ଆକ୍ରମଣ ଓ ଅସୈାଜନ୍ୟ ବ୍ୟବହାରକୁ ନିନ୍ଦା କରିଥିଲେ । ଏଥିରେ ମଂଚର ବରିଷ୍ଠ କର୍ମକର୍ତା ଓ ସଭ୍ୟ ସର୍ବଶ୍ରୀ ଶତୃଘ୍ନ ପୁହାଣ, ଲମ୍ବୋଦର ମଲ୍ଲିକ, ସନାତନ ମଲ୍ଲିକ, ଉପେନ୍ଦ୍ରନାଥ ମହାନ୍ତି, ଯୁଧିଷ୍ଠିର ମଲ୍ଲିକ, ଶଙ୍କର୍ଷଣ ସାହୁ, ବିଷ୍ଣୁଚରଣ ଓଝା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରମୋଦ କୁମାର ସା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close