ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ ପଦବୀରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତିକୁ ବିରୋଧ

ବ୍ୟାସନଗର,୨୭/୬(ଉ.ନ୍ୟୁଜ୍ ବ୍ୟୁରୋ): ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ବିଭିନ୍ନ ଉଚ୍ଚ ପଦପଦବୀରେ ସରକାର ଜାରୀ କରିଥିôବା ବିଜ୍ଞପ୍ତି ଅନୁଯାୟୀ ଏଣିକି ପ୍ରଶାସନିକ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯିବ । ସରକାରଙ୍କ ଏଭଳି ନିଷ୍ପତିକୁ ‘ନିଖିଳ ଉତ୍କଳ ବେସରକାରୀ ମହାବିଦ୍ୟାଳୟ ଶିକ୍ଷକ ସଂଘ ବିରୋଧ କରିଛି । ସଂଘର ସାଧାରଣ ସଂପାଦକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ନାୟକ ଓ ସଭାପତି ପ୍ରଫେସର ଅକ୍ଷୟ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି କି, ଭାରତ ସରକାରଙ୍କ ଦ୍ୱାରା ସମସ୍ତ ଶିକ୍ଷା ଆୟୋଗ, ବିଶ୍ୱବ୍ୟିାଳୟଗୁଡିକର ଉଚ୍ଚ ପଦପଦବୀରେ ବରିଷ୍ଠ ପ୍ରଫେସରମାନେ ଅବସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟ କରୁଛନ୍ତି । ଓଡ଼ିଶା ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟର ସମସ୍ତ ପଦବୀରେ ବରିଷ୍ଠ ଅଧ୍ୟପକମାନେ ନିଯୁକ୍ତି ପାଇ ଅତୀତରେ ସେମାନଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଅଧ୍ୟାପକମାନଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ଆଧାରରେ ସେମାନେ ଉଚ୍ଚ ପଦବୀରେ ରହି ସେମାନେ ଏହାର ସଫଳ ପରିଚାଳନା କରୁଛନ୍ତି । ମାତ୍ର ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ ପଦବୀରେ ପ୍ରଶାସନିକ ଅଧିକାରୀମାନେ ଅବସ୍ଥାପିତ ହେଲେ ଅଭିଜ୍ଞତା ଅଭାବରୁ କାର୍ଯ୍ୟ ପରିଚାଳନାରେ ସମସ୍ୟା ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି । ଅତୀତରେ ଏହାର କୁପ୍ରଭାବ ମଧ୍ୟ ପଡିଛି । ତେଣୁ ଆବଶ୍ୟକତା ଓ ପରିଚାଳନାକୁ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତିକୁ ବାତିଲ କରିବାକୁ ଶିକ୍ଷକ ସଂଘର ସଂପାଦକ ଶ୍ରୀ ନାୟକ ଓ ସଭାପତି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି । ନୋଚେତ୍ ବାଧ୍ୟ ହୋଇ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ସେମାନେ ପ୍ରେସ ବିଜ୍ଞପ୍ତି ଜରିଆରେ ଚେତାବନୀ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close