ସୁକିନ୍ଦାର ଟୋଲକାନି ସ୍ଥିତ ‘ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ’ରେ ଆର୍ନ୍ତଜାତିକ ଯୋଗ ଦିବସ
ଟମକା,୨୩ା୬(ଆକାଶଜ୍ୟୋତି ମହାପାତ୍ରଙ୍କ ଠାରୁ): ‘କୋଭିଡ’ କଟକଣା ମଧ୍ୟରେ ଗତି କରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ । ତଥାପି ଅନ୍ଲାଇନରେ ପାଠ ପଢ଼ା ହେଉ କି ଆବଶ୍ୟକୀୟ କାର୍ଯ୍ୟକ୍ରମମାନ ହେଉ ଏସବୁକୁ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅର୍ନ୍ତଗତ ଟୋଲ୍କାନି ସ୍ଥିତ ‘ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ’ ଅନ୍ଲାଇନ ମାଧ୍ୟମରେ ପ୍ରସ୍ତୁତ କରି ଛାତ୍ରଛାତ୍ରୀମାନଙ୍କୁ କାକ୍ର୍ଷ୍ୟକ୍ଷମ (ଆକ୍ଟିଭ) ରଖିବାରେ ଲାଗିପଡ଼ିଛି । ସୋମବାର ଆର୍ନ୍ତଜାତିକ ଯୋଗ ଦିବସ ଏଠାରେ ଅନ୍ଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କଲେଜର ଏନ୍.ଏସ୍.ଏସ୍ର ପ୍ରୋଗ୍ରାମ ଅଫିସର ଡ଼ଃ. କ୍ଷୀରୋଦ ବେହେରାଙ୍କ ସଂଯୋଜନା ଏବଂ ଅଧ୍ୟକ୍ଷ ଡ଼ଃ. ଯୁଗୋଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅନ୍ଲାଇନ କାର୍ଯ୍ୟକ୍ରମଟି ବେଶ ସଫଳତାର ସହ ସମାହିତ ହୋଇଯାଇଛି । କଲେଜର ଅଧ୍ୟାପକ ଡ଼ଃ. ତନ୍ମୟୀ ପାଠୀ, ଦିଲ୍ଲୀପ କୁମାର ଜେନା, ଖଗେସ୍ କୁମାର ଜେନା, ତୁଷାରକାନ୍ତ ଜେନା, ବାଇଧର ସାହୁ, କୁଶଚନ୍ଦ୍ର ସାହୁ, ମନୋରଂଜନ ବିଶ୍ୱାଳଙ୍କ ସହ ଅଣଶିକ୍ଷକ କର୍ମଚାରୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
‘ଯୋଗ’ର ତାତ୍ପର୍ଯ୍ୟ, ଉପାଦେୟତା ଓ ଆବଶ୍ୟକତା ଉପରେ ବିଶେଷ ଭାବେ ଏଠାରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀମାନେ ଅନ୍ଲାଇନ ଜରିଆରେ ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ ହୋଇ ଯୋଗ ତଥା ଶରୀର ଉପରେ ଏହାର ପ୍ରଭାବ ସମ୍ବନ୍ଧରେ ଅନେକ ଉପାଦେୟ ତଥ୍ୟ ଆହରଣ କରିଥିଲେ ।