ଅନୁଗୁଳ ” ବଡ଼ ଖବର ” ବଇଣ୍ଡାର ପ୍ରତିନିଧି ପ୍ରଦୀପ ଘିୱାଲାଙ୍କ କରୋନାରେ ପରଲୋକ

ଅନୁଗୁଳ ; ୧୩/୦୬ (ବ୍ୟୁରୋ) : କରୋନା ମହାମାରୀରେ ଦିନକୁ ଦିନ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା ଏହା ବଡ଼ ଚିନ୍ତାର କାରଣ ସାଜିଛି। କରୋନା ଯୋଦ୍ଧା ରୂପେ ସାମ୍ବାଦିକ ଗଣତି ଥିବାବେଳେ ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଛି । ‘ବଡ଼ ଖବର’ ଅନୁଗୁଳ ବଇଣ୍ଡାର ପ୍ରତିନିଧି ପ୍ରଦୀପ ଘିୱାଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଆଉ ଜଣେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’ । ଆଠମଲ୍ଲିକରେ ଜୁନ୍ ୧ରେ ସେ କରୋନା ଟିକା ନେଇ ଥିବାର ସୂଚନା ମିଳିଛି । ଟୀକା ନେବା ପରଠାରୁ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିିଲେଟରରେ ରଖାଯାଇ ଚିକିତ୍ସିତ ହେଉଥିଲେ ପ୍ରଦୀପ । ତେବେ ଆଜି ଅପରାହ୍ନରେ ପ୍ରଦୀପ ସବୁଦିନ ପାଇଁ ଆଖି ବୁଜିଛନ୍ତି ।ପ୍ରଦୀପ ଏବେ ବଡ଼ ଖବରରେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ଧରିତ୍ରୀ ଓ ପ୍ରମେୟ ଭଳି ସଂସ୍ଥାରେ କାମ କରିଥିଲେ । ଜଣେ ଦକ୍ଷ ଓ ନିର୍ଭୀକ ସାମ୍ବାଦିକ ଭାବେ ସେ ବେଶ୍ ପରିଚିତ ଥିଲେ । ନିଜ କର୍ମ କୁ ଭଲ ପାଉଥିବା ଜଣେ ନିର୍ଭୀକ ସାମ୍ବାଦିକ ଭାବେ ସେ ବେଶ୍ ପରିଚିତ ଥିଲେ । ତାଙ୍କର ଏହି ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଲିଯାଇଛି । ତାଙ୍କ ପରିବାରରେ ପତ୍ନୀ ଓ ତାଙ୍କର ଏକମାତ୍ର ଝିଅ । ଗଣମାଧ୍ୟମରେ ପ୍ରଦୀପଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ସବୁଦିନ ପାଇଁ ଆଖି ବୁଜିଥିବା ସାମ୍ବାଦିକ ‘ପ୍ରଦୀପ ଘିୱାଲା’ଙ୍କୁ ଓଡ଼ିଶାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମହଲରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଓ ଯେ ଇଉ (O J U ) ତରଫରୁ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close