ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଯାଜପୁରରୋଡ଼ ; ୧୧/୦୬ ( ଶୁଭେନ୍ଦୁ ନାୟକଙ୍କ ଠାରୁ) : କରୋନା ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଥିବା ବେଳେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଭୟଭୀତ କରାଇ ପାଞ୍ଚମାସ ମଧ୍ୟରେ ୪୩ଥର ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହା ଫଳରେ କରୋନା ମହାମାରୀରେ ଜନସାଧାରଣ ବେରୋଜଗାର ହୋଇଥିବାବେଳେ କେନ୍ଦ୍ରର ବି.ଜେ.ପି ସରକାର ବାରମ୍ବାର ତୈଳ ଦର ବୃଦ୍ଧି, ଆକାଶଛୁଆଁ ଦର ଦାମ ବୃଦ୍ଧି ଫଳରେ ବୋଝ ଉପରେ ନଳିତା ବିଡ଼ା ସଦୃଶ, କେନ୍ଦ୍ର ସରକାର ବିଗତ ତେରମାସ ମଧ୍ୟରେ ପେଟ୍ରୋଲ ଦର ଟ ୨୫.୭୨ପଇସା ଓ ଡିଜେଲ ଦର ଟ୨୩.୯୩ପଇସା ବୃଦ୍ଧି କରି ଶହେ ଟଙ୍କାରେ ପହଞ୍ଚାଇଥିବାରୁ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ରାଜ୍ୟର ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସ ବିକ୍ଷୋଭକୁ ନେଇ ଆଜି ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ଗୋପବନ୍ଧୁ ଛକ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରୁ ବ୍ୟାସନଗର କଂଗ୍ରେସ କମିଟି ସଭାପତି ଦିଲ୍ଲୀପ ମଲ୍ଲିକଙ୍କ ଅଧକ୍ଷ୍ୟତାରେ ଏକ ଶୋଭାଯାତ୍ରାରେ ଘଣ୍ଟ ବାଡେଇ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ସରକାର ବିରଧୀ ସ୍ଲୋଗାନ ଦେଇ ଜନ ସଚେତନା ସୃଷ୍ଟି କରିବା ସହ ସହର ପରିକ୍ରମା କରି ମିଶ୍ରିଲାଲ ପେଟ୍ରୋଲ ପମ୍ପ ଠାରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ରାଜ୍ୟ ଅଧକ୍ଷା ବନ୍ଦିତା ପରିଡା, ରାଜ୍ୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ପି ସି ସି ସମ୍ପାଦକ ସୁଧାନିଧି ମହାପାତ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରିତାଶ୍ରୀ ମହାନ୍ତି, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିର୍ମଳା ମଲ୍ଲିକ,ପୂର୍ବତନ ଉପ ନଗରପାଳ ହୃଦାନନ୍ଦ ସାମଲ, ବ୍ୟାସନଗର ସମ୍ପାଦକ ପ୍ରଭାତ କୁମାର ମହାପାତ୍ର,ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ,ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ,ପୂର୍ବତନ କାଉନସିଲର ତପନ ନାୟକ, ପ୍ରମୋଦ ରାଉତ, ଅନୁପ ନାୟକ ଦୁଃଶାସନ ଦାସ ସନ୍ତୋଷ ବରାଳ,ଦିଲ୍ଲୀପ ଜେନା, ସନ୍ତୋଷ ମହାନ୍ତି, ଜଗବନ୍ଧୁ ନାୟକ, ଭରତ ଓଝା, କାର୍ତ୍ତିକ ନାୟକ ପ୍ରମୁଖ କରୋନା ମହାମାରୀ ତାଲାବନ୍ଦ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବୃଦ୍ଧି ବାହାନାରେ ଜନସାଧାରଣଙ୍କୁ ଲୁଟୁଛନ୍ତି।ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଦର ଦାମ ନିୟନ୍ତ୍ରଣ କରିବାକୁ ଦାବି କରିଥିଲେ।ଏଥିରେ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close