ସରକାରୀ ରାସ୍ତା ଅବରୋଧ କରିବା ସଙ୍ଗେ ସଙ୍ଗେ ବାଡ଼ବୁଜାକୁ କେନ୍ଦ୍ର କରି ଉତ୍ତେଜନା

ଖଇରା; ୨୨/୦୪(ଉ.ପ୍ର) : ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବଣପାରିଆ ଗ୍ରାମରେ ସରକାରୀ ରାସ୍ତା ଅବରୋଧ ଓ ବାଡ଼ ବୁଜାକୁ କେନ୍ଦ୍ର କରି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାନୁଯାୟୀ ଚନ୍ଦ୍ରମଣି ମିଶ୍ର ସ୍ୱାମୀ ଗୋପାଳ ଚନ୍ଦ୍ର ମିଶ୍ର ବଣପାରିଆ ନିଜ ମାର ବ୍ୟକ୍ତିଗତ ଜାଗାରେ ଦୀର୍ଘ ୧୨ ବର୍ଷ ଧରି ରହିଆସୁଛନ୍ତି। ଏହି ଗ୍ରାମର କିଛି ଲୋକ କିଛି ଦିନ ହେଲା ସେମାନଙ୍କୁ ହଇରାଣ ହରକତ କରୁଥିବାର ସୂଚନା ମିଳିଛି। ଗତ ୧୯ ଅପ୍ରିଲରେ ଚନ୍ଦ୍ରମଣି ନିଜ ବ୍ୟକ୍ତିଗତ ଜାଗାରେ ବାଡ଼ ବସାଇଥିଲ କିନ୍ତୁ ତତପରେ ଏହି ଗ୍ରାମର କିଛି ଲୋକ ଆସି ତାଙ୍କ ବୁଜା ଯାଇଥିବା ବାଡ଼କୁ ଉପାଡି ଫେଙ୍ଗି ଦେଇଥିଲେ। ସେ ନିଜ ବ୍ୟକ୍ତିଗତ ଜାଗାରେ ବାଡ଼ ବୁଜିଛନ୍ତି ବୋଲି କହିବା ସତ୍ୱେ କିଛି ଲୋକ ତାଙ୍କୁ ଧମକଚମକ ଦେବା ସହ ସମ୍ପୂର୍ଣ୍ଣ ବାଡ଼କୁ ଉପାଡି ଫେଙ୍ଗି ଦେଇଥିଲେ। ଏଥି ସହ ସରକାରୀ ଜାଗା ଉପରେ ବାଡ଼ବୁଜି ଗ୍ରାମର ସେହି ଲୋକେ ଚନ୍ଦ୍ରମଣି ଓ ତାଙ୍କ ପରିବାରକୁ ସେହି ବାଟ ଦେଇ ଯିବାକୁ ମନାକରିଥିଲେ। ଏଭଳି ଅମାନୁଷିକ କାର୍ଯ୍ୟକୁ ଆପଣେଇଥବା ଲୋକଙ୍କ ମଧ୍ୟରୁ ଗ୍ରାମର କୃଷ୍ଣଚନ୍ଦ୍ର ପତ୍ରି,ଅଜୟ ରଥ,ରବୀନ୍ଦ୍ର ରଥ,ଭାଗିରଥି ପାଢ଼ୀ, ରାମଚନ୍ଦ୍ର ପତ୍ରୀ, ସହ ସେମାନଙ୍କ ପତ୍ନୀ ମଧ୍ୟ ସାମିଲ ଥିଲେ। ଏ ନେଇ ଚନ୍ଦ୍ରମଣି ସ୍ଥାନୀୟ ଖଇରା ଥାନାରେ ଏକ ଏତଲା ଦେଇଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଥିବାର ପ୍ରକାଶ ପାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close