ଭାବାବେଗର ନିରନ୍ତର ପ୍ରକିୟା ହେଉଛି ମୋ’ କଲେଜ ଅଭିଯାନ-ଅମର ଶତପଥୀ

ଚଣ୍ଡିଖୋଲ,୨୨/୦୩: ମୋ’ କଲେଜ ଅଭିଯାନ କେବଳ ଶବ୍ଦର ସମାହାର ନୁହେଁ । ଏହା ସ୍ମୃତି, ଅନୁଭୂତି ଏବଂ ଜ୍ଞାନ ବିତରଣର ମାଧ୍ୟମ । ବାସ୍ତବରେ ଏହା ଏକ ଅଭିଯାନ ଏବଂ ଭାବାବେଗର ନିରନ୍ତର ପ୍ରକିୟା ବୋଲି ମତ ପ୍ରକାଶ କରିଛନ୍ତି ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ । ଚଣ୍ଡୀଖୋଲର ସ୍ୱୟଂ ଶାସିତ ବାବା ଭୈରବା ନନ୍ଦ ମହାବିଦ୍ୟାଳୟର ମୋ’ କଲେଜ ଅଭିଯାନ କାର୍ଯ୍ୟକ୍ରମ ଏକ ଭାବଗର୍ଭକ ପରିବେଶରେ ଗତକାଲି ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଶତପଥୀ କହିଥିଲେ ଯେ, ନେଟୱାର୍କ ଫେଲ ମାରି ଯାଇପାରେ । ହେଲେ ସ୍ମୃତି ନୁହେଁ । ସ୍ମୃତି ନୁହେଁ ଭୁଲିବାର । ଅତୀତ ସବୁବେଳେ ମଣିଷକୁ ଭବିଷ୍ୟତ ପାଇଁ ବାଟ ଦେଖାଏ । ମୁଁ ଏହି କଲେଜ ପଡିଆରେ ଖେଳୁଥିଲି । ଏଇଠି ସାଙ୍ଗମାନଙ୍କ ସହ କେତେ ପ୍ରକାର ଖୁସି କରିଥିଲି । ଏସବୁ ଜୀବନର ଅମୃତ ମୁହୁର୍ତକୁ ପୁଣି ଜୀବନ୍ତ କରେ ନିଜର ସେହି ପୁରୁଣା କଲେଜ । ଏହି ସ୍ମୃତିକୁ ଅଧିକ ଉଜ୍ଜିବିତ କରିବା ସହ ଯେଉଁ କଲେଜ ଆମକୁ ଅତୀତରେ ଏତେ ମିଠା ମିଠା ସ୍ମୃତି, ଅନୁଭୂତି ଦେଇଛି ଏବଂ ଆଗକୁ ବଢିବାର ସାମର୍ଥ୍ୟ ଦେଇଛି, ସେହି କଲେଜ ଆମ ପାଇଁ ଏକ ମନ୍ଦିର ଠାରୁ ବି ଅଧିକ ମୂଲ୍ୟବାନ ଏବଂ ପୂଜ୍ୟ । ମୋ’ କଳେଜ ଅଭିଯାନ ଜରିଆରେ ପୁରାତନ ଛାତ୍ରମାନେ ପୁଣି ନିଜ କଲେଜ ଜୀବନ ସହ ଯୋଡିହେବା ସହ ପରପିଢିକୁ ନିଜର ଜୀବନର ସଫଳତା ଦ୍ୱାରା ପ୍ରେରଣା ପ୍ରଦାନ କରିବା ଏବଂ ସେହି କଲେଜର ବିକାଶରେ ନିଜକୁ ସାମିଲ କରିପାରିବେ । ଏ କାର୍ଯ୍ୟକ୍ରମ ହେଉଛି ଅନ୍ୟ ସହ ଯୋଡିହେବା । ଆତ୍ମିୟତା ଓ ସଫଳତା ପାଇଁ ଏକ ମାର୍ଗ । ଜୀବନର ସଫଳତା ହେଉଛି ମୁଁ ରାଷ୍ଟ୍ର ପାଇଁ ମୋ ସାଧ୍ୟମତେ କଣ କରିଛି । ଏହା ଆମକୁ ରାଷ୍ଟ୍ରିୟ ଭାବନା ସହ ଯୋଡେ । ଜାଗ୍ରତ ହୁଅ, ବିଶ୍ରାମ ନିଅନି, ଏକାଡି ହେବା, ସଫଳତା ପର୍ଯ୍ୟନ୍ତ ଲଢେଇ କରିବା ଏହି ଅଭିଯାନର ବାର୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମହତ ଅଭିଯାନରେ ସମସ୍ତେ ସାମିଲ ହେବାକୁ ଅମର ଆହ୍ୱାନ ଦେଇଥିଲେ । କଲେଜ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଦିଲ୍ଲିପ କୁମାର ନାୟକ ସଂଯୋଯନା କରିଥିଲେ । ପୁରାତନ ଛାତ୍ର ସଂଘର ସଂପାଦକ ଦେବରାଜ ବେହେରା ପ୍ରାରମ୍ବିକ ସୂଚନା ଏବଂ ସଲିଳ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ କଲେଜ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ବୀଣାପାଣି ପଣ୍ଡା, ପୁରାତନ ଛାତ୍ର ସତୀଶ ବିଶ୍ୱାଳ, ବିଜୟ ସାମଲ, ପ୍ରଦୀପ୍ତ ଧଳ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବହୁ ସଂଖ୍ୟାରେ ପୁରାତନ ଛାତ୍ର, ଛାତ୍ରଛାତ୍ରୀ, କଲେଜ ଅଧ୍ୟାପକ, ଅଭିବାବକ ତଥା ସ୍ଥାନୀୟ ଜନସାଧାରଣମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close