ବିଦ୍ୟୁତ ବିଲ ଆଦାୟ ଆଳରେ ଦଳିତ ମହିଳାଙ୍କୁ ଅଶାଳୀନ ବ୍ୟବହାର

ବ୍ୟାସନଗର; ୨୦/୦୩ ( ଉ.ପ୍ର) : ବିଜୁଳି ବିଲ ଆଦାୟ ଆଳରେ ନେସ୍କୋ କର୍ମଚାରୀଙ୍କ ଉପଭୋକ୍ତାଙ୍କ ପ୍ରତି ଅଶାଳୀନ ବ୍ୟବହାର ବ୍ୟାସନଗର ଅଞ୍ଚଳରେ ଚର୍ଚ୍ଚାର ଵିଷୟ ହୋଇଛି। ବିଭାଗୀୟ କର୍ମଚାରୀଙ୍କ ମାତ୍ରାଧିକ ଜୁଲମ ସହ ଜାତିଆଣ ମନ୍ତବ୍ୟ ଦେଇ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗ ଆସିବାପରେ ଯାଜପୁରରୋଡ଼ ସ୍ଥିତ ଭୀମସେନ ପ୍ୟାଲେସ ଠାରେ ଶୁକ୍ରବାର ଅପରାହ୍ନରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ବିଜୁଳି ବିଭାଗର କର୍ମଚାରୀଙ୍କ ଦ୍ୱାରା ଅଶାଳୀନ ବ୍ୟବହାରରେ ଶିକାର ହୋଇଥିବା ଦଳିତ ମହିଳା ନିଜ ଉପରେ ହୋଇଥିବା ଜୁଲମ ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ। ପୋଲିସ ପ୍ରଶାସନ ଏ ବିଷୟରେ ଚୁପ ରହିଥିବା କଥା ମଧ୍ୟ ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟ ପକ୍ଷରେ ମହିଳାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରାଯାଇଛି। ପୋଲିସ ଉଭୟ ପକ୍ଷରୁ ମାମଲା ରଜୁ କରି ତଦନ୍ତ ଚଳାଇଛି।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଯାଜପୁରରୋଡ଼ ବିଦ୍ୟୁତ ଉପଖଣ୍ଡ ଅଧିନସ୍ଥ ତଳଗଡ଼ ପଞ୍ଚାୟତ ନୁଆଗଡ଼ ଗ୍ରାମର ବିଶ୍ୱନାଥ ଗୁରୁଙ୍କ ଘରକୁ ଗତ ୧୬ ତାରିଖରେ ବକେୟା ବିଲ ପାଇଁ କର୍ମଚାରୀ ଯାଇଥିଲେ।ଲାଇନମେନ ତାରିଣୀ ପ୍ରସାଦ ରାଉତ ବକେୟା ୭୨୦୦ଟଙ୍କା ବିଲ ପାଇଁ ଅଡ଼ି ବସିଥିଲେ। ବିଶ୍ୱନାଥ ଗୁରୁଙ୍କ ପତ୍ନୀ ସ୍ଵର୍ଣପ୍ରଭା ବକେୟା ୨୦୦୦ ଟଙ୍କା ଦେଇ ଅବଶିଷ୍ଟ ମାର୍ଚ୍ଚ ଶେଷକୁ ଦେବାକୁ କହିଥିଲେ କିନ୍ତୁ ତାଙ୍କ କଥାରେ ରାଜି ନ ହୋଇ ମହିଳାଙ୍କୁ ଜାତିଆଣ ମନ୍ତବ୍ୟ ଦେବା ସହ ପଇସା ନାହିଁ ତ ବିଜୁଳି ନାହିଁ ଏଭଳି ଅନେକ ଅପଶବ୍ଦର ପ୍ରୟୋଗ ମଧ୍ୟ୍ୟ କରିଥିଲେ।ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ମହିଳାଙ୍କ ଦେଢଶୁର ଘଟଣାରେ ହସ୍ତକ୍ଷେପ କରି ମାମଲାକୁ ବୁଝିବାକୁ ଚେଷ୍ଟା କରିଥିଲେ କିନ୍ତୁ ଠିକ ସେହି ସମୟରେ ବିଜୁଳି ବିଭାଗର ୩୦ରୁ ଅଧିକ କର୍ମଚାରୀ ଏକସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଲାଇନ କାଟିବା ସହ ଧମକଚମକ ଦେଇଥିଲେ। କୋରେଇ ପୋଲିସ ଦୁଇଟି ମାମଲା ରଜୁ କରିଥିବା ସ୍ଥଳେ ପୋଲିସ ବିଜୁଳି ବିଭାଗକୁ ଘଣ୍ଟ ଘୋଡାଉଥିବାର କଥା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଗୁରୁ ପରିବାରର ବରିଷ୍ଠ ବାବୁଲାଲ ଗୁରୁଙ୍କ ସମେତ ତାଙ୍କର ପରିବାର ବର୍ଗ ଅଭିଯୋଗ କରିଛନ୍ତି। ଉଚିତ ନ୍ୟାୟ ପାଇବା ପାଇଁ ଶ୍ରୀ ଗୁରୁ ପ୍ରଶାସନକୁ ନିବେଦନ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close