ବଡ଼ଚଣା ବିଜେପି ପକ୍ଷରୁ ଥାନା ଘେରାଉ

ଯାଜପୁର; ୨୦/୦୩ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଭରତପୁର ପୋଲିସ ଗାଡି ପୋଡି ଘଟଣା ରେ ପୋଲିସ ୨୭ ଜଣକୁ ଗିରଫ କରିଥିବା ବେଳେ ପୋଲିସକୁ ଆକ୍ରମଣ ଓ ପୋଲିସ ଭ୍ଯାନକୁ ପୋଡ଼ିଦେବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଭରତପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ବସନ୍ତରାଜ ସାମଲଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଛି l ଘଟଣାକୁ ବାର ଦିନ ବିତି ଯାଇଥିଲେ ମଧ୍ୟ ବସନ୍ତକୁ ଗିରଫ କରିବା ଦୂରର କଥା ବସନ୍ତଙ୍କ ପାଖରେ ପହଞ୍ଚି ପାରିନି ପୋଲିସ I ଯାହାକୁ ନେଇ ବଡ଼ଚଣା ବିଜେପି ନେତା ତଥା ରାଜ୍ୟ ସମ୍ପାଦକ ଅମର ନାୟକଙ୍କ ନେତୃତ୍ଵରେ  ଶତାଧିକ ବିଜେପି କର୍ମୀ ବାଲିଚନ୍ଦ୍ରପୁର ଥାନା ଘେରାଉ କରିଥିବା ଦେଖିବାକୁ ମିଳିଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ବିଜେପି ସଭାପତି ଗୌତମ ରାୟ, ଯୁବ ବିଜେପି ଜିଲ୍ଳା ଉପ ସଭାପତି ଦୀପକ ସାମଲ, ମହିଳା ନେତ୍ରୀ ଦେବଯାନୀ ପ୍ରଧାନ, ପୂର୍ଣିମା ମିଶ୍ର  ପ୍ରମୁଖ ଯୋଗ ଦେଇଥିଲେ l 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close