ଯାଜପୁରରୋଡ଼ ଉତ୍କଳ ପଏଣ୍ଟରେ ହାଇପ୍ରୋଫାଇଲ ସାଲୁନ ଉଦ୍ଘାଟିତ


ବ୍ୟାସନଗର; ୧୮/୦୩ ( ବିଶ୍ୱରଞ୍ଜନ ପଟ୍ଟନାୟକ ଓ ଦୀପକ ରଞ୍ଜନ ପାଣିଗ୍ରାହୀଙ୍କ ଠାରୁ): ଯାଜପୁରରୋଡ଼ର ବ୍ୟାସନଗର ଓ କଳିଙ୍ଗନଗର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବରେ ପରିଚିତ ଥିବା ସ୍ଥଳେ ଏହି ଅଞ୍ଚଳରେ ଅନେକ ବ୍ରାଣ୍ଡେଡ଼ ସୋରୁମ ପ୍ରତିଷ୍ଠିତ ହୋଇସାରିଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିଖାରୁଥିବା ନେଚୁରାଲସ ଭାରତର ନମ୍ବର -୧ ବ୍ରାଣ୍ଡେଡ଼ ବିୟୁଟି କେୟାର ସେଣ୍ଟର ଭାବରେ ପରିଚିତ ହୋଇ ୭୬୦ରୁ ଅଧିକ ଆଉଟଲେଟ ଖୋଲିସାରିଛି। ଏବେ ନେଚୁରାଲସର ୧୪ତମ ବିୟୁଟି ସାଲୁନର ଶୁଭାରମ୍ଭ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଦ୍ୱାରା ଉତ୍କଳ ପଏଣ୍ଟ ବିଗ ବଜାର ଠାରେ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନେଚୁରାଲସ କମ୍ପାନିର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ମୁଖ୍ୟ ସତୀଶ ଇପଲି, ଓଡ଼ିଶାର ମାଷ୍ଟର ଫ୍ରାଞ୍ଚାଇଜ ଲୋପାମୁଦ୍ରା ପ୍ରଧାନ ଏବଂ ଯାଜପୁରରୋଡ଼ର ଫ୍ରାଞ୍ଚାଇଜ ପାର୍ଟନର ସୁଭସ୍ମିତା ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ନେଚୁରାଲସ ଏବେ ଯାଜପୁରରୋଡ଼ରେ ପହଁଚିବା ସଫଳ ହୋଇପାରିଛି। ଓଲିଉଡର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଉଟଲେଟର ଶୁଭାରମ୍ଭ କରି ଯାଜପୁର ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ନେଚୁରାଲସର ହାଇପ୍ରୋଫାଇଲ ସାଲୁନ ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ସୁବିଧା ରଖିଥିବା ଭାରତର ନମ୍ବର-୧ ବିୟୁଟି କେୟାର ସେଣ୍ଟର ଭାବେ ପରିଚିତ ହୋଇସାରିଛି। କେଶ ଓ ତ୍ୱଚାର ସୌନ୍ଦର୍ଯ୍ୟକୁ ସୁନ୍ଦର ରଖିବାର କ୍ଷମତା, ହାଇଜିନ ଏବଂ କ୍ୱାଲିଟି ବଜାୟ ରଖିବା ଦିଗରେ ଏହାହିଁ ଏକ ମାତ୍ର ସ୍ଥାନ ବୋଲି ଲୋପାମୁଦ୍ରା ନିଜ ବକ୍ତବ୍ୟରେ କହିଛନ୍ତି। ଏହି କମ୍ପାନୀ ପ୍ରାକୃତିକ ସୌନ୍ଦର୍ଯ୍ୟକରଣକୁ ନବବିବାହିତ ଯୋଡ଼ିଙ୍କ କ୍ଷେତ୍ରରେ ଉପଯୋଗ କରି ଭାରତର କୋଣ ଅନୁକୋଣରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ ରାସାୟନିକ ସାମଗ୍ରୀର ବ୍ୟବହାର କରିବା ବଦଳରେ ପ୍ରାକୃତିକ ସାମଗ୍ରୀକୁ ଆପଣେଇଥିବା ନେଚୁରାଲସକୁ ଅଭିନେତ୍ରୀ ଏଲିନା ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାସନଗରର ପୂର୍ବତନ ନଗରପାଳ ବନ୍ଦିତା ପରିଡା,ପୂର୍ବତନ କାଉନସିଲର ଉଷାରାଣୀ ସାମଲ,ବ୍ୟାସନଗର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଡ଼ ଦେବସ୍ମିତା ସାହୁ, ଅମ୍ଳାନ ଆନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close