ଲକ୍ଷ୍ମୀନଗର ଗ୍ରାମରେ ବାବା ଚନ୍ଦନେଶ୍ଵେର ମହାଦେବଙ୍କ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ

ଯାଜପୁର;୦୯/୦୩ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ପଛିକୋଟ ପଞ୍ଚାୟତର ଲକ୍ଷ୍ମୀନଗର ଗ୍ରାମରେ ବାବା ଚନ୍ଦନେଶ୍ଵେର ମହାଦେବଙ୍କ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ଆରମ୍ଭ ହୋଇଯାଇଛି । ଏଥିରେ ପ୍ରଥମେ ମଞ୍ଜୁରୀ ଲକ୍ଷ୍ମୀନଗର ଠାରୁ ଏକ କଳସ ଶୋଭାଯାତ୍ରା ବାହାରି ଗୟଳ ଗଡ଼ିଆ ଖମିଗାଂ ପରିକ୍ରମା କରି ବାବା ଚନ୍ଦନେଶ୍ବର ପିଠ ଠାରେ ପହଞ୍ଚି ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରାରେ ଶତାଧିକ ଭକ୍ତ ଯୋଗଦେଇଥିଲେ । ଏହି ପୂଜା ଯଜ୍ଞ ତିନି ଦିନ ପର୍ଯ୍ଯନ୍ତ ଚାଲିବ।  ଏହା ସାରା ସମାଜର ମଙ୍ଗଳ କାମନା  ଉଦେଶ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ପୂଜାକର୍ଯ୍ୟରେ  ଚନ୍ଦନେଶୂର କମିଟିର – ସଭାପତି ରାମଚନ୍ଦ୍ର ମଲ୍ଲିକ, କୋଷାଧକ୍ଷ ସୋମନାଥ ପଣ୍ଡା, ସମ୍ପାଦକ ଅଭିମନ୍ୟୁ ମଲ୍ଲିକ୍, ଲକ୍ଷ୍ମୀଧର ସ୍ୱାଇଁ, ପାଣ୍ଡବ ମଲିକ୍ ସନ୍ତୋଷ ସ୍ୱାଇଁ, ସୁବାଷ୍ ମଲିକ୍, ମଦନ ମଲିକ୍,  ସାଗର ମଲିକ୍ ସମେତ ଅନ୍ୟମାନେ ସହଯୋଗ କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close