Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଅର୍ଦ୍ଧ ସମ୍ପ୍ରସାରଣ କୃଷି କର୍ମଚାରୀଙ୍କ ୨ ଦିନିଆ ଶିବିର ଅନୁଷ୍ଠିତ

ଯାଜପୁର, ୩ା୩ : କୃଷି ଓ କୃଷକର ଉନ୍ନତି ପାଇଁ ସରକାର ବହୁବିଧ ଯୋଜନା ପ୍ରଣୟନ କରିଚ୍ଥନ୍ତି । ମୃତିକା ପରୀକ୍ଷା ଠାରୁ ଆରମ୍ଭ କରି ପଂସଲ ଅମଳ କରି ବିକ୍ରୟ ପର୍ଯ୍ୟନ୍ତ ମଧ୍ୟ ସହାୟତା ପ୍ରଦାନ କରୁଚ୍ଥନ୍ତି । ଏହାର ସୁପଂଳ ଯେପରି କୃଷକମାନେ ପାଇପରିବେ ସେଥିପ୍ରତି କୃଷି ବିଭାଗର କର୍ମଚାରୀ ଓ ବିଭାଗ ସହ ଜଡିତ କୃଷକ ସାଥୀମାନେ ନିରନ୍ତର ଉଦ୍ୟମ କରିବାକୁ ଜିଲ୍ଳ୍‌ା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର ସେନାପତି ଗୁରୁତ୍ୱ ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ଜିଲ୍ଳ୍‌ା କୃଷି ବିଭାଗ ଆନୁକୂଲ୍ୟରେ ଅର୍ଦ୍ଧ ସଂପ୍ରସାରଣ କର୍ମଚାରୀମାନଙ୍କ ୨ ଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଯୋଜନା ୨୦୨୦-୨୧ ଖରିପଂ ଓ ରବି ଚାଷ ସଂପର୍କରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସେନାପତି ପ୍ରତ୍ୟେକ ନିଷ୍ଠାର ସହ ନିଜ ଦାୟିତ୍ୱକୁ ତୁଲାଇବାକୁ ପରାମର୍ଶ ଦେଇଥିଲେ । ସରକାର କୃଷି ପାଇଁ ଅନେକ ଯୋଜନା, ସହାୟତା ଓ ବୈଷୟିକ କୈାଶଳର ବ୍ୟବସ୍ଥା କରିଚ୍ଥନ୍ତି । ଏହାକୁ ଜାଣିବା ଓ କୃଷକମାନଙ୍କୁ ଜଣାଇ ତାହାର ଉପଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କୃଷି ଆମ ଦେଶର ଆତ୍ମା ସଦୃଶ । କୃଷି ଓ କୃଷକର ଉନ୍ନତି କଳ୍ପେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବା ସହ ପ୍ରତିଟି ଯୋଜନାରୁ କୃଷକଟି ଯେପରି ବଂଚିତ ନ ହୁଏ ତାହାର ଉତର ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ । ଯାଜପୁର ଜିଲ୍ଳ୍‌ା କୃଷି ଅଧିକାରୀ ଶ୍ୱେତଞ୍ଜୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଧର୍ମଶାଳା କୃଷି ଜିଲ୍ଳ୍‌ା ଅଧିକାରୀ ଶ୍ରୀଧର ଦାଶ, ଦଶରଥପୁର ଗୋଷ୍ଠି କୃଷି ଅଧିକାରୀ ରବିନ୍ଦ୍ର କୁମାର ପରିଡା ପ୍ରମୁଖ କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, ସହାୟତା, ସୁବିଧା, ସୁଯୋଗ ସଂପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରିଥିଲେ । ଯାଜପୁର ସହକାରୀ କୃଷି ଅଧିକାରୀ ରାଜ ଦୁଲାରୀ ସାହୁ, ବିଂଝାରପୁର ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ସେଠୀ, ମୁଖ୍ୟ କାର୍ଯ୍ୟାଳୟ ସହକାରୀ କୃଷି ଅଧିକାରୀ ତଟିନି ତପସ୍ୱିନୀ ପ୍ରମୁଖ ଶିବିରର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶିବିର ପରିଚାଳନାରେ କୃଷି ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close