ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଗୋବରଧନପୁର ;୨୭/୦୨(ସୁଭେନ୍ଦୁ ନାୟକଙ୍କ ଠାରୁ): ମଧ୍ୟାହ୍ନ ୧୨ ଟାରେ ଏକ ମରଣାନ୍ତକ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ପ୍ରମୋଦ ବେହେରା। ତିନି ମାସ ପୂର୍ବେ ଗଗନ ଚନ୍ଦ ନାମକ ଏକ ବ୍ୟକ୍ତିର ମଦ ପୋଲିସ ହାତରେ ଧରପଡିଥିଲା। ଗଗନ ଫେରାର ହୋଇଯାଇଥିବା ବେଳେ ବାଇକ ଚାଳକ ଧରପଡିଥିଲା।ଗଗନ ଚନ୍ଦର ସନ୍ଦେହ ହୋଇଥିଲା ପ୍ରମୋଦ ବେହେରା ପୋଲିସକୁ ଇନଫର୍ମ କରିଛି । ସେହି ଦିନଠାରୁ ଗଗନ ଚନ୍ଦ ସୁଯୋଗ ଅପେକ୍ଷାରେ ଥିଲା। ପ୍ରତିଶୋଧ ପରାୟଣ ହୋଇ ଗଗନ ଚନ୍ଦ, ଚଗଲା ଚନ୍ଦ, ସୁଶାନ୍ତ ଚନ୍ଦ ସଂଘ ବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ପ୍ରମୋଦ ବେହେରାଙ୍କ ଦୁଇ ହାତ ଭାଙ୍ଗି ଯିବା ସହ ମୁଣ୍ଡ ପଛପଟେ ଶକ୍ତ ଆଘାତ ଲାଗିଛି। ଏହା ପୂର୍ବରୁ ଦୁର୍ବୃତ୍ତ ମନେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ପୋଲିସ କେଶ ରାଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ଆସାମୀ ଧରାପଡିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି ।
Live Share Market